Latest Odisha News

BREAKING NEWS

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୬୦ ଗୁରୁତର

ଭୋପାଲ୍: ମଧ୍ୟପ୍ରଦେଶର ହରଦା ଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ବିସ୍ଫୋରଣର କାରଣ ଏବେସୁଦ୍ଧା ଜଣାପଡିନଥିବା ବେଳେ କାରଖାନାରେ ବାଣ ତିଆରି ପାଇଁ ଗଚ୍ଛିତ ଥିବା ବାରୁଦରେ ନିଆଁ ଲାଗି ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ।

ସୂଚନାନୁସାରେ, ମଗରଧା ରୋଡ ସ୍ଥିତ ଏକ ବେଆଇନ୍ ବାଣ କାରଖାନାରେ ହଠାତ୍ ବିସ୍ଫୋରଣ ହେବାରୁ ଭୀଷଣ ନିଆଁ ଲାଗିଯାଇଥିଲା । କାରଖାନାରୁ ଉଠୁଥିବା ନିଆଁ ଏବଂ ଧୂଆଁ ବହୁ ଦୂରରୁ ମଧ୍ୟ ଦେଖାଯାଉଥିଲା । ବିସ୍ଫୋରଣ ବେଳେ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ସେହି ଅଞ୍ଚଳ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖରେ ଥିବା ପାଖାପାଖି ୫୦ରୁ ଅଧିକ ଘରେ ନିଆଁ ଲାଗି ଯାଇଛି । କାରଖାନା ନିକଟରେ ଥିବା ଗାଡିଗୁଡିକ ଜଳିପୋଡି ନଷ୍ଟ ହୋଇଯାଇଛି । ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ଜଣ ଗଭୀର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.