ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏବେ ୮ ହଜାର ଭିତରେ ରହୁଛି । ପ୍ରତିଦିନ ଅଧିକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଖସୁଛି । ପଜିଟିଭ୍ ହାର ୧୦ ପ୍ରତିଶତରୁ ହ୍ରାସ ପାଇଛି । ସଂକ୍ରମଣ ଓ ଆକ୍ଟିଭ୍ କେସ୍ କମୁଥିବା ବେଳେ ବଦଳିଛି କରୋନା ମାନଚିତ୍ରରେ ଓଡ଼ିଶାର ରଙ୍ଗ । ଦୁଇ ଦିନ ତଳେ ୨୫ଟି ଜିଲ୍ଲା ରେଡ୍ ଜୋନରେ ଥିଲା । ଆଜି ଏହି ସଂଖ୍ୟା ୧୩କୁ ଖସିଛି । ଅର୍ଥାତ୍ ଏବେ ରେଡ ଜୋନରେ ଓଡ଼ିଶାରେ ୧୩ଟି ଜିଲ୍ଲା ଅଛି । ଯାହାକି କରୋନା ମୁକାବିଲାରେ ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ।
ରେଡ୍ ଜୋନରେ ୧୩, ଗ୍ରୀନ୍ ଜୋନରେ ୭ଟି ଜିଲ୍ଲା
ରେଡ୍ ଜୋନରେ ଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ନୟାଗଡ଼, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବରଗଡ଼ । ବର୍ତ୍ତମାନ ଗ୍ରୀନ୍ ଜୋନରେ ଅଛି ୭ଟି ଜିଲ୍ଲା । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ଗଜପତି, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଦେବଗଡ଼ ଓ ଝାରସୁଗୁଡ଼ା । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଭିତରେ ରହିଛି ।
ୟେଲୋ ଜୋନରେ ୧୦ଟି ଜିଲ୍ଲା
୧୦ଟି ଜିଲ୍ଲା କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ୱଲପୁର ୟେଲୋ ଜୋନରେ ଆସୁଛି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେରୁ ତିନି ହଜାର ଭିତରେ ରହିଛି ।
BREAKING NEWS
- Gold winning hockey players:ପୁରୁଷ ଓ ମହିଳା ହକି ଟିମ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ;ଓଡ଼ିଆ ଖେଳାଳୀଙ୍କୁ ୨୦ ଲକ୍ଷ ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର
- ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍ ଦଳ ଘୋଷଣା: ବାଦ୍ ପଡ଼ିଲେ ଅଭିଜ୍ଞ ପେସର୍ ମହମ୍ମଦ ସାମି
- ସରପଞ୍ଚ,ନାଏବ ସରପଞ୍ଚଙ୍କୁ ମିଳିବ ୬ ମାସର ସମ୍ମାନ ରାଶି; ଜାଣନ୍ତୁ କେତେ…
- ଟିପିଏସ୍ଓଡିଏଲ୍ ତରଫରୁ ଏହି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ;ସୌର ଶକ୍ତି ବାବଦରେ ସଚେତନ କରିବ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟେଷ୍ଟ୍ ଦଳ ଘୋଷଣା
- ଭିନୁ ମଙ୍କଡ ଟ୍ରଫି: ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଖେଳିଲେ ବିସ୍ଫୋରକ ଶତକୀୟ ଇନିଂସ
- Durga Puja Security:ଦଶହରାରେ କଟକ ଜଗିବେ ୬୦ପ୍ଲାଟୁନ ପୋଲିସ;ଲାଗିବ ୧୩୦୦ ସିସିଟିଭି,ମଣ୍ଡପରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ
- ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସା କଲେ ଚହଲ
- Pitabas Panda Murder Case:ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା, ୨୮ରେ ପୁଣି…
- କପିଲ ଦେବଙ୍କ Gen Z ପ୍ରଦର୍ଶନକାରୀଙ୍କ ପାଇଁ ପରାମର୍ଶ: ‘ସେମାନେ ଶିଖିବା ଏବଂ ଶୁଣିବା ଦରକାର, ସେମାନେ ସର୍ବଦା ଠିକ୍ ନୁହଁନ୍ତି’

Comments are closed.