Latest Odisha News

BREAKING NEWS

ରାଜ୍ୟରେ ୧୫ଶହକୁ ଖସିଲା ଦୈନିକ କରୋନା କେସ୍, ପଜିଟିଭ୍ ହାର ୨.୦୫%

ଭୁବନେଶ୍ୱର: ରାଜ୍ୟରେ ୧୫ ଶହକୁ ଖସିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫ଶହ ୫୮ ନୂଆ ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୯୦୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୫୪ । ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୭୫ ହଜାର ୮୬୮ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୦୫ ପ୍ରତିଶତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୯ ଓ କଟକ ଜିଲ୍ଲାରୁ ବାହାରିଛନ୍ତି ୨୪୧ ପଜିଟିଭ୍ । ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୧୨ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୭୫ହଜାର ୬୯୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୫୩ହଜାର ୮୮ ଆକ୍ରାନ୍ତ । ଏବେ ରାଜ୍ୟରେ ୧୬ହଜାର ୭୧୫ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.