Latest Odisha News

BREAKING NEWS

ଅଲିମ୍ପିକ୍ସ ତୀରନ୍ଦାଜ: ପଦକ ଅଭିମୁଖେ ପାଦ ବଢ଼ାଉଛନ୍ତି ଦୀପିକା କୁମାରୀ

ଟୋକିଓ: ତୀରନ୍ଦାଜରେ ପଦକ ଆଶା ଦେଖାଇଲେ ଭାରତୀୟ ତୀରାନ୍ଦାଜୀ ଦୀପିକା କୁମାରୀ । ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବିଶ୍ୱର ଏହି ଏକ ନମ୍ବର ମାନ୍ୟତାପ୍ରାପ୍ତ ତୀରନ୍ଦାଜୀ । ମହିଳା ଏକକ ବର୍ଗର ରାଉଣ୍ଡା ୧୬ରେ ରୁଷିଆର ସେନିଆ ପେରୋଭାଙ୍କୁ ସୁଟଆଉଟରେ ୬-୫ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଦୀପିକା ।

ଆଜି ସାଢ଼େ ୧୧ଟା ୧୫ ମିନିଟରେ କ୍ୱାର୍ଟର ଫାଇନାଲ୍ ମୁକାବିଲା ରହିଛି । ଏଥିରେ କୋରିଆର ଏନ୍. ସେନଙ୍କ ସହ ଦୀପିକାଙ୍କ ଟକ୍କର ହେବ । ଏହି ମ୍ୟାଚ୍ ଜିତିଲେ ଦୀପିକା ସେମିଫାଇନାଲରେ ପହଞ୍ଚିଯିବେ । ୧୨ଟା ୧୫ ମିନିଟରେ ହେବ ସେମିଫାଇନାଲ୍ ମୁକାବିଲା ।

ଏହାପରେ ଦିନ ଗୋଟାଏରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍ ରହିଛି । ଦିନ ୧ଟା ୧୫ ମିନିଟରେ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳାଯିବ । ଦୀପିକା ଏସବୁ ସଫଳତା ପାର କଲେ ଆଜି ଭାରତକୁ ମିଳିପାରେ ସ୍ୱର୍ଣ୍ଣ ପଦକ ।

Leave A Reply

Your email address will not be published.