Latest Odisha News

BREAKING NEWS

ଆଉ କେଇ ମିନିଟରେ ଅଲିମ୍ପିକ୍ସ ୧୦୦ ମିଟର ଟ୍ରାକକୁ ଓହ୍ଲାଇବେ ଦୂତୀ

ଟୋକିଓ: ଆଉ କିଛି ମିନିଟର ଅପେକ୍ଷା । ଟୋକିଓ ଅଲିମ୍ପିକ୍ସ ଟ୍ରାକକୁ ଓହ୍ଲାଇବେ ଓଡ଼ିଶାର ଦୌଡ଼ରାଣୀ । ଭାରତୀୟ ସମୟ ସକାଳ ୯ଟା ୧୭ ମିନିଟରେ ଶହେ ମିଟର ଟ୍ରାକରେ ଭାଗ୍ୟ ପରୀକ୍ଷା କରାଇବେ ଦୂତୀ ଚାନ୍ଦ । ହିଟ ନମ୍ବର ୫ରେ ଦୌଡ଼ିବେ ଦୌଡ଼ରଣୀ ।

୫ ନମ୍ବର ହିଟରେ ଦୂତି ଚାନ୍ଦଙ୍କ ସହ ଜମାଇକା, ଗ୍ରୀସ, ସୁଇଜରଲାଣ୍ଡ, ନାଇଜେରିଆ ଓ ଗାମ୍ବିଆର ଖେଳାଳିମାନେ ଦୌଡ଼ିବେ । ସାରା ରାଜ୍ୟ ଓ ଦେଶ ଦୂତୀଙ୍କର ସଫଳତା ଓ ଶୁଭ ମନାସୁଛି ।

ଭଲ ପ୍ରଦର୍ଶନ ସହ ସେମି ଫାଇନାଲ୍ ଓ ଫାଇନାଲ ଯିବାକୁ ଲକ୍ଷ୍ୟ ରଖିଛନ୍ତି ଦୂତୀ । ଏକମାତ୍ର ଭାରତୀୟ ଭାବେ ୧୦୦ ଓ ୨୦୦ ମିଟର ଦୌଡ଼ରେ ଭାଗ ନେବେ ଦୂଚୀ ଚାନ୍ଦ । ଲଗାତର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.