Latest Odisha News

BREAKING NEWS

ଓଡ଼ିଶାରୁ ଦିନକରେ ସର୍ବାଧିକ ୫୨ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁରେ ବ୍ରେକ୍ ଲାଗୁନି । ନୂଆ ରେକର୍ଡ କରିଛି ଦୈନିକ ମୃତ୍ୟୁସଂଖ୍ୟା । ଦିନକରେ ରାଜ୍ୟରୁ କରୋନା ନେଇଛି ୫୨ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୮ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ କେବଳ ୫ ଜଣ ଅଛନ୍ତି ।

୪ଟି ଜିଲ୍ଲା ବରଗଡ଼, ଗଞ୍ଜାମ, କଳାହାଣ୍ଡି, ପୁରୀରେ ୨୪ ଘଣ୍ଟାରେ ୫ ଜଣ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୪ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି କରୋନା । କଟକ, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼, ନୂଆପଡ଼ା, ସମ୍ୱଲପୁର ଜିଲ୍ଲାରେ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ହଜାର ୨୪୮କୁ ବୃଦ୍ଧି ପାଇଛି । ପୂର୍ବରୁ ଦିନକରେ ସର୍ବାଧିକ ୪୮ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.