Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାରେ ଆଜିଠୁ ଦିଆଯିବ କୋଭାକ୍ସିନ୍ ଟିକା

ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା । ଭୁବନେଶ୍ୱର ବାହାରେ ପ୍ରଥମ ଥର ଅନ୍ୟ ସ୍ଥାନରେ କୋଭାକ୍ସିନ ଟିକା ଦିଆଯିବ । ୧୮ ବର୍ଷରୁ ଅଧିକ ଯେଉଁମାନେ ପ୍ରଥମ ଡୋଜ୍ ନେବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ହିତାଧିକାରୀ କୋଭିସିଲ୍ଡ ଟିକା ହିଁ ନେବେ ।

ଏଥିପାଇ ଗଞ୍ଜାମ ଜିଲ୍ଲାରେ ମୋଟ୍ ୧୫୫ଟି ଟିକାଦାନ କେନ୍ଦ୍ର କରାଯାଇଛି । ୯୯ଟି କେନ୍ଦ୍ରରେ କୋଭାକ୍ସିନ ଓ ୫୬ କେନ୍ଦ୍ର ଲୋକଙ୍କୁ ଦିଆଯିବ କୋଭିସିଲ୍ଡ ଟିକା । ଗଞ୍ଜାମ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧ଲକ୍ଷ ୪୦ ହଜାର ଡୋଜ୍ କୋଭାକ୍ସିନ୍ ଟିକା ଯୋଗାଇ ଦିଆଯାଇଥିବା ବେଳେ ୮୫ ହଜାର ଡୋଜ୍ କୋଭିସିଲ୍ଡ ଟିକା ମହଜୁତ ରହିଛି ।

ଗୋଟିଏ ସ୍ଥାନରେ କୋଭାକ୍ସିନ୍ ଓ କୋଭିସିଲ୍ଡ ଦିଆଯାଉଥିଲେ ବି ଅଲଗା ଅଲଗା କେନ୍ଦ୍ର କରିବାକୁ କୁହାଯାଇଛି । ଟିକା ନେବାକୁ ଆସିଥିବା ଲୋକ ଯେଭଳି ଦ୍ୱନ୍ଦ୍ୱରେ ନପଡିବେ ସେଭଳି ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । କୋଭାକ୍ସିନ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ଦ୍ୱିତୀୟ ଡୋଜରେ କୋଭାକ୍ସିନ୍ ହିଁ ନେବେ । ଦୁଇଟି ଡୋଜ୍ ଟିକା ମଧ୍ୟରେ ଅନ୍ତର ୪-୬ ସପ୍ତାହ ରହିବ ।

Leave A Reply

Your email address will not be published.