Latest Odisha News

BREAKING NEWS

ଓଡ଼ିଶାରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ୭୭୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟ ୮ହଜାର ତଳକୁ ଖସିଲା କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ହଜାର ୭୨୯ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୪ହଜାର ୩୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୩୯୮ । ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ଆଉ ୭୨୦ ସଂକ୍ରମିତ ହୋଇଛନ୍ତି । ଆଜି ୬୮ହଜାର ୬୦୪ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ୧୧ପ୍ରତିଶତକୁ ଖସିଛି ।

ଅନୁଗୋଳରୁ ୪୪୯, ମୟୂରଭଞ୍ଜରୁ ୪୪୨, ବାଲେଶ୍ୱରରୁ ୪୨୬, ଯାଜପୁରରୁ ୩୮୮, ପୁରୀରୁ ୩୩୩, ରାୟଗଡ଼ାରୁ ୩୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶହ ଭିତରେ ରହିଛି । ନୂଆପଡ଼ା, ସୋନପୁର, କନ୍ଧମାଳ, ଝାରସୁଗୁଡ଼ା, ଗଜପତି, ଦେବଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୯୮ହଜାର ୯୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୭ଲକ୍ଷ ୧୩ହଜାର ୫୫ ଆକ୍ରାନ୍ତ । ଏବେ ରାଜ୍ୟରେ ୮୨ହଜାର ୬୭୯ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.