Latest Odisha News

BREAKING NEWS

ରାଜ୍ୟରେ କମୁଛି କରୋନା କେସ୍: ଆଜି ୯୮୩୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୧୧ ହଜାରରୁ ଖସି ୧୦ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୯ହଜାର ୮୩୩ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୫୬୯୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧୩୪ । ୧୮ ବର୍ଷ ଭିତରେ ଆଉ ୯୭୨ ଜଣ ସଂକ୍ରମିତ ହୋଇଛନ୍ତି । ୨୩ ଜିଲ୍ଲାରୁ ଶହେ ଉପରେ ରହିଛି ଦୈନିକ କେସ୍ ।

ଖୋର୍ଦ୍ଧାରୁ ସର୍ବାଧିକ ୨୯୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୧୩୪, କଟକରୁ ୭୭୪, ମୟୂରଭଞ୍ଜରୁ ୨୯୫, ନୟାଗଡ଼ରୁ ୨୯୨, ବଲାଙ୍ଗିରରୁ ୨୮୮, ବାଲେଶ୍ୱରରୁ ୨୮୬, ରାୟଗଡ଼ାରୁ ୨୭୪, ଯାଜପୁରରୁ ଆଉ ୨୫୬ ସଂକ୍ରମିତ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି ।

୨୪ ଘଣ୍ଟାରେ ରାଜ୍ୟରେ ୭୪ହଜାର ୪୪୩ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧୩ ଦଶମିକ ୨୦ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୧ଲକ୍ଷ ୮୭ହଜାର ୨୯୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୮୯ହଜାର ୩୩ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ସଂଖ୍ୟା ୮୯ହଜାର ୭୦୨କୁ ବୃଦ୍ଧି ପାଇଛି ।

Comments are closed, but trackbacks and pingbacks are open.