ଭୁବନେଶ୍ଵର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ନୂତନ ଭାବରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକରେ ଥିବା ତ୍ରୁଟି ସଂଶୋଧନ କରାଯିବ। ହେଲେ ଏବେ SCERT ଏବଂ ଓସେପା ୱେବସାଇଟ୍ ଖୋଲିଛି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକ ଗୁଡିକୁ ଏହି ୱେବସାଇଟରେ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ଓସେପାର ୱେବସାଇଟରେ ସଂଶୋଧିତ ପାଠ୍ୟପୁସ୍ତକ ଦିଆଯାଇଛି ।
ପୁସ୍ତକ ଗୁଡିକ ସମ୍ବନ୍ଧରେ ସୁଚିନ୍ତିତ ମତାମତ ଇମେଲ ଆଇଡି textbookscertodisha@gmail.com କିମ୍ବା ବିଦ୍ୟା ସମୀକ୍ଷା କେନ୍ଦ୍ରର ହେଲ୍ପ ଲାଇନ ନମ୍ବର – ୧୮୦୦୩୪୫୬୭୨୨ ରେ ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିବେଦନ କରାଯାଇଛି।
ଅଭିଭାବକମାନେ https://osepa.odisha.gov.in/ ୱେବସାଇଟକୁ ଯାଇ ଡାହାଣ ପାର୍ଶ୍ଵରେ ଥିବା Revised New Textbook Class I to IV ଉପରେ କ୍ଲିକ୍ କରିବେ। ଏହାପରେ ସଂଶୋଧିତ ପାଠ୍ୟପୁସ୍ତକ ଉପଲବ୍ଧ ହେବ। ଯେଉଁ ଶ୍ରେଣୀର ପାଠ୍ୟପୁସ୍ତକ ଦରକାର ତାହା ଉପରେ କ୍ଲିକ୍ କରି ଡାଉନଲୋଡ କରିପାରିବେ।