Latest Odisha News

BREAKING NEWS

ସୁଜାତା କାର୍ତ୍ତିକେୟନଙ୍କୁ ଭାଷା,ସାହିତ୍ୟ ଓ ସଂସ୍କୃତିର ଅତିରିକ୍ତ ଦାୟିତ୍ଵ

ଭୁବନେଶ୍ବର: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଏବେ ଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଏବେ କାର୍ଯ୍ୟ କରୁଛନ୍ତି ସତ୍ୟବ୍ରତ ସାହୁ ।

 

ତାଙ୍କ ନେତୃତ୍ଵରେ ରାଜ୍ୟ ସରକାରଙ୍କ ବହୁ ମହତ୍ଵାକାଂକ୍ଷୀ ଯୋଜନା ମିଶନ ଶକ୍ତି ଘରେ ଘରେ ପରିଚିତ ହୋଇ ପାରିଛି । ଏହି ଯୋଜନାରେ ମହିଳାମାନେ କେମିତି ସ୍ଵରୋଜଗାର ହେବା ସହ ସଶକ୍ତିକରଣ ହେବେ ଏ ଦିଗରେ ସୁଜାତାଙ୍କ କାର୍ଯ୍ୟଶୈଳୀ ବେଶ ସହାୟକ ହୋଇଛି । ତୃଣମୂଳସ୍ତରରେ ଏହାର ସଫଳ ରୂପାୟନ ଦିଗରେ ସଚିବ ଭାବେ ସୁଜାତା ବେଶ କାର୍ଯ୍ୟ କରିଛନ୍ତି ।

 

ତେବେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଏହି ବିଭାଗର ଦାୟିତ୍ବ ମିଳିବା ପରେ ରାଜ୍ୟର ଭାଷା ସାହିତ୍ୟ ଓ ସଂସ୍କୃତିରେ ଏକ ବଡ ରୂପାନ୍ତରଣ ଆସିବ ବୋଲି ଆଶା କରାଯାଉଛି ।

 

Leave A Reply

Your email address will not be published.