Latest Odisha News

BREAKING NEWS

ଜାଣନ୍ତୁ, ସ୍ୱାମୀ ବିବେକାନନ୍ଦଙ୍କ ଅନ୍ତିମ କିଛି ଦିନର ସ୍ମରଣୀୟ କଥା…

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ସର୍ବତ୍ୟାଗୀ ସନ୍ନ୍ୟାସୀ ଥିଲେ ମଧ୍ୟ ତାଙ୍କ ଅନ୍ତରରେ ଯେଉଁ ସ୍ୱଦେଶପ୍ରେମ ଓ ବିଶ୍ୱମାନବତାର ବିକାଶ ହୋଇଥିଲା, ତାହା ଆମକୁ ଅଭିଭୂତ କରେ । ତାଙ୍କର ଭଗବାନ କୌଣସି ମନ୍ଦିର-ବିଶେଷରେ ପ୍ରତିଷ୍ଠିତ ନ ଥିଲେ। ପରନ୍ତୁ ବାସ କରୁଥିଲେ ପ୍ରତି ମାନବର ହୃଦୟ ମନ୍ଦିରରେ । ଦେଶସେବା, ମାନବକଲ୍ୟାଣ ଓ ଭଗବତ ସାଧନା ସେ ଏକପରି ଦେଖିଥିଲେ ।

ଆସନ୍ତୁ ଜାଣିବା ତାଙ୍କ ଶେଷ ଜୀବନ ସମ୍ପର୍କରେ କିଛି କଥା...

ଦେହତ୍ୟାଗ ପୂର୍ବରୁ ଶେଷ କେତେ ଦିନ ବିବେକାନନ୍ଦ ଖୁବ୍‌ ସୁସ୍ଥ ଜଣା ପଡୁଥିଲେ । ସଦା ପ୍ରଫୁଲ୍ଲ, ଉଚ୍ଛ୍ୱସିତ ଓ ପ୍ରାଣବନ୍ତ । ତାଙ୍କ ଦେହ ମଧ୍ୟ ଯେପରି ଜ୍ୟୋତିର୍ମୟ ହୋଇ ଯାଇଥିଲା ।

ଦେହତ୍ୟାଗର ତିନିଦିନ ପୂର୍ବରୁ ଗଙ୍ଗାକୂଳରେ ତାଙ୍କର ସମାଧି ମନ୍ଦିର ସ୍ଥାନଟି ଦେଖାଇ ଗୁରୁଭାଇ ମାନଙ୍କୁ କହିଥିଲେ, ‘ମୋର ଶରୀର ଗଲେ ଏହିଠାରେ ସତ୍କାର କରିବ ।’

୧୯୦୨ ମସିହା ଜୁଲାଇ ୪ ତାରିଖ ଶୁକ୍ରବାର । ବଡି ଭୋରରୁ ଉଠି ସମସ୍ତଙ୍କ ସଙ୍ଗେ ଚା ଖାଉ ଖାଉ କେତେ ମଜା ଗପ କଲେ । କେତେ ପୁରୁଣା କଥା । ହସର ରୋଳ ଉଠିଲା । ସେ ପ୍ରଫୁଲ୍ଲ ଥିଲେ । ପରେ ଠାକୁର ଘରକୁ ଯାଇ କବାଟ ବନ୍ଦ କରି ଅନେକ ସମୟ ଧ୍ୟାନ କଲେ । ଗୋଟିଏ ଶ୍ୟାମାସଙ୍ଗୀତ ଗାଇ ଗାଇ ଠାକୁରଘରୁ ଓହ୍ଲାଇ ଆସିଲେ । ବାରଣ୍ଡାରେ ବୁଲୁ ବୁଲୁ ନିଜ ମନକୁ ମନ କହି ଉଠିଲେ, ‘ଯଦି ଆଉ ଗୋଟିଏ ବିବେକାନନ୍ଦ ଥାଆନ୍ତା, ତେବେ ବୁଝିପାରନ୍ତା ବିବେକାନନ୍ଦ କଅଣ କରିଗଲା ।’

ଦ୍ୱିପ୍ରହର ବେଳେ ସମସ୍ତଙ୍କ ସଙ୍ଗେ ଆନନ୍ଦରେ ଖାଇଲେ । ଉପରଓଳି ଏକାବେଳକେ ତିନି ଘଣ୍ଟା ଶାସ୍ତ୍ର ଅଧ୍ୟାପନା ପରେ ସ୍ୱାମୀ ପ୍ରେମାନନ୍ଦଙ୍କ ସଙ୍ଗେ ଗପ କରି ଚାଲି ଆସିଥିଲେ ।

ମନ୍ଦିରରେ ସନ୍ଧ୍ୟା ଆରତୀ ଆରମ୍ଭ ହେଲା । ସେ ନିଜ ଘରେ ଧ୍ୟାନରେ ବସିଲେ ଏବଂ ମହାସମାଧି ଯୋଗେ ସ୍ୱ-ସ୍ୱରୂପରେ ମିଳିତ ହେଲେ । ଅଖଣ୍ଡ ଘରର ଋଷି ଫେରିଗଲେ ଅଖଣ୍ଡ ଘରକୁ । ସେ କିନ୍ତୁ ଖଣ୍ଡେ ଚିଠିରେ ଲେଖିଥିଲେ, “ମୃତ୍ୟୁ ପରେ ମଧ୍ୟ ଜଗତର କଲ୍ୟାଣ ପାଇଁ କାମ କରୁଥିବି” ।

‘ତାଙ୍କର ଏହି ବାଣୀ ସାର୍ଥକ ହେଉ !

Leave A Reply

Your email address will not be published.