Latest Odisha News

BREAKING NEWS

ଏଫଆଇଏଚ୍ ପ୍ରୋ ହକି ଲିଗ୍ ୨୦୨୦: ଶକ୍ତିଶାଳୀ ବେଲଜିୟମକୁ ୨-୧ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଦେଶର ସ୍ପୋର୍ଟସ କ୍ୟାପିଟାଲସ୍ଥିତ କଳିଙ୍ଗ ହକି ଷ୍ଟାଡ଼ିୟମ ପୁନର୍ବାର ଚଳଚଞ୍ଚଳ ହୋଇ ଉଡ଼ିଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ଭାରତ ଓ ବେଲଜିୟ ମଧ୍ୟରେ ଏଫଆଇଏଚ୍ ପ୍ରୋ ହକି ଲିଗ୍ ମ୍ୟାଚ୍ । ସ୍ଥାନୀୟ ଦର୍ଶକଙ୍କ ଉତ୍ସାହରେ ଭାରତୀୟ ହକି ଦଳ ବିଶ୍ୱହକିର ନମ୍ବର ୧ ର‌୍ୟାଙ୍କ ଦଳ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି ।

ଭାରତୀୟ ଦଳ ପକ୍ଷରୁ ମ୍ୟାଚ ଆରମ୍ଭ ହେବାର ମାତ୍ର ୨ ମିନିଟ ସମୟରେ ପ୍ରଥମ ଗୋଲ୍ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ଖେଳର ୩୩ ମିନିଟ ସମୟରେ ବେଲଜିୟମ ପକ୍ଷରୁ ଫରୱାର୍ଡ଼ ଖେଳାଳୀ ବୋକାର୍ଡ଼ ଏକ ଗୋଲ୍ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ ।

ତେବେ ଭାରତ ପକ୍ଷରୁ ଖେଳର ୪୬ ମିନିଟରେ ଦକ୍ଷ ଫରୱାର୍ଡ଼ ଖେଳାଳୀ ରମଣଦୀପ ସିଂହ ବିଜୟ ସୂଚକ ଗୋଲ ସ୍କୋର କରି ଭାରତକୁ ବିଜୟର ସ୍ୱାଦ ଚଖାଇଥିଲେ ।

ଆଜିର ଏହି ମ୍ୟାଚରେ ଭାରତୀୟ ଦଳ ବେଶ୍ ଉତ୍ସାହର ସହିତ ଖେଳ ଆରମ୍ଭ କରିଥିଲା । କଳିଙ୍ଗ ଷ୍ଟାଡ଼ିୟମରେ ଉପସ୍ଥିତ ଭାରତୀୟ ଦର୍ଶକଙ୍କଠାରୁ ଖେଳାଳିମାନେ ଭରପୁର୍ ସମର୍ଥ ପାଇବାକୁ ସକ୍ଷମ ହୋଇଥିଲେ ।

Leave A Reply

Your email address will not be published.