Latest Odisha News

BREAKING NEWS

ପଂଜାବରେ ନଗର ସଂକିର୍ତ୍ତନ ବେଳେ ବିସ୍ଫୋରଣ, ୧୫ ମୃତ

ପଂଜାବ: ପଂଜାବର ତରନତାରନ୍‌ରେ ନଗର ସଂକିର୍ତ୍ତନ ବେଳେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ ଅନେକ ଲୋକେ ଆହତ ହୋଇଛନ୍ତି । ସେମାନଙ୍କୁ ନିଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅହତମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେହିପରି ଆହତଙ୍କ ମଧ୍ୟରେ ଅନେକ ଛୋଟ ପିଲା ଥିବା ଜଣାପଡିଛି ।
ବାବା ଦୀପ ସିଂଜୀଙ୍କ ଜନ୍ମୋତ୍ସବ ଅବସରରେ ନଗର ସଂକିର୍ତ୍ତନର ଆୟୋଜନ କରାଯାଇଥିଲା । ଏହି ସମୟରେ ହଠାତ୍ ନିଆଁ ଲାଗି ଏକ ଟ୍ରାକ୍ଟରର ଟ୍ରଲି ରଖାଯାଇଥିବା ବାଣରେ ବିସ୍ଫୋରଣ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଚଂଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

Leave A Reply

Your email address will not be published.