Latest Odisha News

ଅନଲାଇନ ଗେମ ନେଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ରାମନାଗୁଡ଼ା: ଅନଲାଇନ ଗେମ ଖେଳି ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀ ଜଣକ ହେଲେ ସାଇନା ସାହୁ।

ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର ଗଣପତିଗୁଡା ଗ୍ରାମରେ ଘଟିଛି ଅଘଟଣ। ଅନଲାଇନ ଗେମ ଖେଳି ଚାରି ଲକ୍ଷ ଟଙ୍କା ଜିତିଥିଲେ କିନ୍ତୁ ପରେ ଜିତିଥିବା ଟଙ୍କା ନମିଳିବାରୁ ସେ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

ପରିବାର ଲୋକଙ୍କ ବାରଣ କରିବା ସତ୍ୱେ ସେ ଅନଲାଇନରେ ଗେମ୍ ଖେଳିବା ଛାଡିନଥିଲେ। ତେବେ ଏନେଇ ପରିବାର ଲୋକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି। ଘଟଣାରେ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଛେଦ ଗୁଣୁପୁର ସଦର ହସ୍ପିଟାଲ କରାଯାଇଛି।

Comments are closed.