Latest Odisha News

ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନା ଟଙ୍କା, ଖୁସିରେ ହିତାଧିକାରୀ ମହିଳା

ଭୁବନେଶ୍ୱର: ରାଜ୍ୟର ମହିଳା ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର। ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା। ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ସୁଭଦ୍ରା ମଞ୍ଚରୁ ପଠାଇଲେ ଟଙ୍କା। ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା ।

ସୂଚନା ଅନୁସାରେ, ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ହସ୍ତାନ୍ତର କରାଯାଇଛି । ମୋଟ ୫ ହଜାର ୧୬୦ କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି । ଏହି ଅର୍ଥରାଶି ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ସହ ନିଜସ୍ୱ ଆବଶ୍ୟକତା ପୂରଣ ଏବଂ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେବ ବୋଲି କୁହାଯାଉଛି ।

ନୟାଗଡ଼ରେ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଟଙ୍କା ହସ୍ତାନ୍ତର କରାଯାଇଥିବା ବେଳେ, ଟଙ୍କା ଖାତାକୁ ଆସିବା ପରେ ହିତାଧିକାରୀ ମହିଳାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଅର୍ଥାତ୍‌, ଲକ୍ଷ ଲକ୍ଷ ମହିଳାଙ୍କ ଖାତାକୁ ଏକାଥରେ ପହଞ୍ଚିଛି ‘ସୁଭଦ୍ରା’ର ଟଙ୍କା ।

Leave A Reply

Your email address will not be published.