Latest Odisha News

BREAKING NEWS

ଶାନ୍ତନୁ,ଦେବାଶୀଷଙ୍କ ଅର୍ଦ୍ଧଶତକ : ଓଡିଶା-୧୫୧/୪

କଟକ:ଚଳିତ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ଓଡିଶା ୪ ଉଇକେଟ ବିନିମୟରେ ୧୫୧ ରନ ସଂଗ୍ରହ କରିଛି । ବେଙ୍ଗଲ ପ୍ରଥମ ଇନିଂସରେ ୩୩୨ ରନ କରିଥିବାରୁ ଓଡିଶା ୧୮୧ ରନ ପଛରେ ରହିଛି । ଶାନ୍ତନୁ ମିଶ୍ର (୬୨) ଓ ଦେବାଶୀଷ ସାମନ୍ତରାୟ ୬୮ ରନ କରିଥିଲେ ।

ଉଭୟଙ୍କ ଚମତ୍କାର ଅର୍ଦ୍ଧଶତକ ଯୋଗୁ ଓଡିଶା ଇନିଂସ ନିୟନ୍ତ୍ରଣରେ ରହିଛି । ପୂର୍ବରୁ ବସନ୍ତ ମହାନ୍ତିଙ୍କ ଚମତ୍କାର ବୋଲିଂ ସହାୟତାରେ ଓଡିଶା ୩୩୨ ରନରେ ବେଙ୍ଗଲକୁ ଅଲଆଉଟ କରିଦେଇଛି । ବସନ୍ତ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ପ୍ରୀତ ସିଂହ ଚୌହ୍ୱାନ ୨ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ । ବେଙ୍ଗଲର ଅନୁସ୍ତୁନ ମଜମୁଦାର ୧୫୭ ରନ କରି ଆଉଟ ହୋଇଥିଲେ ।

Leave A Reply

Your email address will not be published.