Latest Odisha News

BREAKING NEWS

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର ବିଜୟ ଅଭିଯାନ ଆରମ୍ଭ

ସିଡନୀ:ପୁନମ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୧୭ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଆଇସିିସି ମହିଳା ଟି୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪ ଉଇକେଟ ବିନିମୟରେ ୧୩୨ ରନ କରିଥିଲା । ଦୀପ୍ତି ଶର୍ମା(୪୯), ଶେଫାଳୀ ବର୍ମା (୨୯) ଓ ଜେମି ରୋଡ୍ରିଗ୍ୟୁଜ ୨୬ ରନ କରିଥିଲେ ।

ଜେସି ଜନଶନ ଅଷ୍ଟ୍ରେଲିଆ ପକ୍ଷରୁ ୨ଟି ଉଇକେଟ ହାସଲ କରିଥିଲେ । ୧୩୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୧୯.୫ ଓଭରରେ ୧୧୫ ରନ କରି ଅଲଆଉଟ ହୋଇ ଯାଇଥିଲା । ପୁନମ ଯାଦବ (୪/୧୯) ଓ ଶିଖା ପାଣ୍ଡେ (୩/୧୪) ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଆଲିସା ହୀଲେ ୫୧ ରନର ଇନିଂସ ଖେଳିଥିଲେ ।

Leave A Reply

Your email address will not be published.