ଚଣ୍ଡିଖୋଲ:ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବଡ଼ଚଣା ବ୍ଲକରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଞ୍ଜିନିୟର ବନ୍ଦିତା ଦାସ ଏବଂ ତାଙ୍କ ସହଯୋଗୀ ସୋମନାଥ ସେଠୀ। ଠିକାଦାରଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାଆନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ସେଠାରେ ସାଧା ପୋଷାକରେ ଥିବା ଏକ ୮ ଜଣିଆ ଟିମ ତାଙ୍କୁ ଧରିଥିଲେ ।
ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ ଅଧୀନରେ ଥିବା ଏକ ବିଦ୍ୟାଳୟର ଏକ ଠିକା କାର୍ଯ୍ୟର ସମ୍ପୂର୍ଣ୍ଣ ବିଲ୍ କରିବାକୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ବନ୍ଦିତା ଦାସ ଠିକାଦାରଙ୍କୁ ୩୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏମିତିକି ଟଙ୍କା ନଦେଲେ ସିକ୍ୟୁରିଟି ଟଙ୍କା ଓ ଫାଇନାଲ ବିଲ୍ ହେବ ନାହିଁ ବୋଲି ଠିକାଦାରଙ୍କୁ ମନା କରିଦେଇଥିଲେ। ତେବେ ଉପାୟ ନପାଇ ଠିକାଦାର ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଉ ଏହି କ୍ରମରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସହକାରୀ ଯନ୍ତ୍ରୀ।
ତାଙ୍କ ଠାରୁ ଭିଜିଲାନ୍ସ ଟିମ୍ ନଗଦ ୩୫ ହଜାର ଟଙ୍କା ଜବତ କରିଥିବା ବେଳେ, ସହକାରୀ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ସୋମନାଥ ସେଠୀକୁ ଉଠାଇ ନେଇଛି ଭିଜିଲାନ୍ସ ଟିମ୍।

