Latest Odisha News

BREAKING NEWS

ଅତିରିକ୍ତ ତହସିଲଦାରଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍, ୨୧ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଟାଙ୍ଗରପାଲି ବ୍ଲକ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୮ଟି ସ୍ଥାନରେ ରେଡ୍ ଚାଳିଛି । ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ହାତରେ ୨୧ଟି ପ୍ଲଟ ସହ ୨ଟି ବହୁତଳ ପ୍ରାସାଦ, ୪ଟି ଘର, ୩ଟି ୨ ଚକିଆ ଗାଡ଼ି, ୨ଟି ଟ୍ରାକ୍ଟର ଲାଗିଛି ।

ଓଡ଼ିଶା ଭିଜିଲାନ୍ସର ୪ ଜଣ ଡିଏସପିଙ୍କ ନେତୃତ୍ୱରେ ୧୦ ଇନ୍ସପେକ୍ଟର, ୪ ଜଣ ଏଏସ୍ଆଇ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ରେଡ୍ କରୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାରେ ଅତିରିକ୍ତ ତହସିଲଦାରଙ୍କ ଏକ ୩ ମହଲା ଘର ୪୮୦୦ ସ୍କୋୟାରଫୁଟ୍ ଜାଗାରେ ରହିଛି । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି । ସେହିଭଳି ସୁନ୍ଦରଗଡ଼ ସହରରେ ୩ ହଜାର ସ୍କୋୟାରଫୁଟ୍ ଜାଗାରେ ରହିଛି ଦୁଇ ମହଲା କୋଠା ।

ଲେଫ୍ରିପଡ଼ାର ଡୁମରବାହାଲରେ ୩ଟି ଘର ଥିବାବେଳେ ପ୍ଲିନ୍ଥରେ ଆଉ ଏକ ଘର ରହିଛି । ସୁନ୍ଦରଗଡ଼ର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ରହିଛି ବାବୁଙ୍କ ୨୧ଟି ପ୍ଲଟ୍ । ଭିଜିଲାନ୍ସର ବୈଷୟିକ ଟିମ୍ ଏସବୁ ଘର ଓ ପ୍ଲଟର ମୂଲ୍ୟାୟନ କରୁଛି ।

ତା ଛଡ଼ା ବାବୁଙ୍କ ନିକଟରେ ଏକ ମହିନ୍ଦ୍ର ବୋଲେର କାମ୍ପର ଓ ମହିନ୍ଦ୍ରା କମାଣ୍ଡର ସହ ୨ଟି ଟ୍ରାକ୍ଟର ରହିଛି । ବୁଲେଟ୍ ସହ ଗୋଟିଏ ବାଇକ୍ ଓ ସ୍କୁଟି ମିଳିଛି । ବ୍ୟାଙ୍କ ଆକାଉଣ୍ଟ ଓ ବୀମା ଜମା ଯାଞ୍ଚ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.