Latest Odisha News

BREAKING NEWS

ଅଲୋଡ଼ା ହେଲା ଶିଶୁକନ୍ୟା

ଢେଙ୍କାନାଳ : ଅଲୋଡ଼ା ହେଲା ଶିଶୁକନ୍ୟା ,କଙ୍ଗେଇଲୋ ଗାଁରୁ ଉଦ୍ଧାର ହେଲା ଶିଶୁକନ୍ୟାର ମୃତ ଦେହ   । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲୋ ଗାଁ ଶବରସାହି ନିକଟରୁ ଗୋଟିଏ ନବଜାତ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି ।

ମୃତ ଦେହଟି ପ୍ରାୟ ୨ ରୁ ୩ ଦିନ ହେବ ବୋଲି ଅନୁମାନ କରାଯାଉଛି । ଯଦିଓ କିଏ କାହିଁକି ଶିଶୁଟିକୁ ଫୋପାଡ଼ି ଚାଲିଯାଇଛି ତାହା ସ୍ପଷ୍ଟ ହୋଇନାହିଁ ତଥାପି ଜନ୍ମ କଲା ପରେ ନବଜାତ ଶିଶୁଟିକୁ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଶିଶୁଟିକୁ ଉଦ୍ଧାର କରିଥିଲେ ।

ତେବେ ଗତ କିଛି ଦିନ ତଳେ ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗାଁରେ ଏକ ପୋଖରୀରୁ ଅପରିପକ୍ୱ ଅବସ୍ଥାରେ ତିନୋଟି ଶିଶୁର ମୃତ ଦେହ ଉଦ୍ଧାର କରାଯାଇଥିଲା ।କଙ୍ଗେଇଲୋ ଗାଁରେ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି ।

Leave A Reply

Your email address will not be published.