Latest Odisha News

BREAKING NEWS

ପର୍ଶୁରାମେଶ୍ୱର ମନ୍ଦିରରୁ ଆରମ୍ଭ ହେଲା ଓଡ଼ିଶା ୱାଲ୍କ୍ସ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଐତିହ୍ୟ ପରିଦର୍ଶନ ପାଇଁ ଓଟିଡିସି ପକ୍ଷରୁ ପ୍ରାତଃ ଭ୍ରମଣ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିରରୁ ଓଡ଼ିସା ୱାଲ୍କ୍ସର ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି । ଏହି ଅବସରରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା ଓଟିଡିସିର ଏମଡି ସଚିନ୍ ରାମଚନ୍ଦ୍ର ଯାଦବ, ଜଣାଶୁଣା ଓଡ଼ିଆ ରାପର ସମୀର ଋଶୁ ମହାନ୍ତି ଉପସ୍ଥିତ ଥିଲେ ।

ପ୍ରାତଃ ଭ୍ରମଣରେ ୫୦ରୁ ଅଧିକ ଉତ୍ସାହୀ ଯୋଗ ଦେଇଥିଲେ । ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି କହିଛନ୍ତି, ଏହି ପ୍ରୟାସ ସହରର ଗୌରବ ଐତିହ୍ୟକୁ ମନେ ପକାଇବ । ପ୍ରଥମ ପର୍ଯ୍ୟାୟରେ ପ୍ରାତଃ ଭ୍ରମଣକୁ ୨ ଘଣ୍ଟା ରଖା ଯାଇଛି । ପ୍ରାତଃ ଭ୍ରମଣ ବେଳେ ଐତିହ୍ୟ ସମ୍ପର୍କିତ କାହାଣୀ ସହ ସଂସ୍କୃତି ବିଷୟରେ ସୂଚନା ଦିଆଯାଉଛି ।

Odisha Walks launched at Parsurameswar Temple, Bhubaneswar

ଓଡ଼ିଶା ୱାଲ୍କସକୁ ୫ଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମରେ ରୋମାନ୍ସ ଏଚ୍ଡ ଇନ୍ ଷ୍ଟୋନ୍ସ, ଦ୍ୱିତୀୟରେ ଏକାମ୍ର କ୍ଷେତ୍ର, ତୃତୀୟରେ ଖଣ୍ଡଗିରି ଓ ଉଦୟଗିରି, ଚତୁର୍ଥରେ ଧଉଳି ଏବଂ ପଞ୍ଚମରେ ତୋଷାଳିରୁ ଏକାମ୍ର ରହିଛି । ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହର ଶୁକ୍ରବାରରୁ ରବିବାର ସକାଳ ୬ଟା ୩୦ରୁ ୮ଟା ୩୦ ଯାଏ ହେବ । ଏଥିପାଇଁ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଏଥିପାଇଁ www.bookodisha.com ରେ ଟିକେଟ୍ ବୁକ୍ କରି ପାରିବେ ।

Leave A Reply

Your email address will not be published.