Latest Odisha News

BREAKING NEWS

ପାରା ଅଲିମ୍ପିକ୍ସରେ ଡବଲ ଗୋଲ୍ଡ ଲକ୍ଷ୍ୟରେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ପାଇଁ ଡବଲ ଗୋଲ୍ଡ ହାସଲ ଲକ୍ଷ୍ୟରେ ରହିଛନ୍ତି ଓଡିଶାର ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ । ୩୩ ବର୍ଷୀୟ ପାରା ଶଟଲର ଏସୀୟ ଏବଂ ବିଶ୍ୱ ଚାମ୍ପିୟନରେ ପ୍ରଭାବିତ କରିଥିବା ବେଳେ ପାରା ଅଲିମ୍ପିକ୍ସ ଉପରେ ଏଥର ତାଙ୍କର ନଜର ରହିଛି । ପୁରୁଷ ସିଙ୍ଗଲ୍ସ ଏସଏଲ୩ ଓ ମିକ୍ସଡ ଡବଲ୍ସ ଏସଏଲ୩-ଏସୟୁ୫ରେ ସେ ଅଂଶଗ୍ରହଣ କରିବେ । ପଲକ କୋହଲି ମିକ୍ସଡ ଡବଲ୍ସରେ ତାଙ୍କ ପାର୍ଟନର ହେବେ ।

ବରଗଡର ଏହି ଷ୍ଟାର ଖେଳାଳି ଦେଶବାସୀଙ୍କୁ ନିରାଶ କରିବେ ନାହିଁ ବୋଲି ଦୃଢ଼ତା ସହକାରେ କହିଛନ୍ତି । ପାରା ଅଲିମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାଠାରୁ ଆଉ ବଡ କଥା କିଛି ନାହିଁ । ବିଶ୍ୱ ଚାମ୍ପିୟନଶିପରେ ୫ ପଦକ ଜିତିଥିବାରୁ ମୋ ମନୋବଳ ଉଚ୍ଚରେ ରହିଛି ବୋଲି ଏହି ଏକ ନମ୍ବର ଖେଳାଳିଜଣକ କହିଛନ୍ତି ।

Leave A Reply

Your email address will not be published.