Latest Odisha News

[ଭିଡିଓ] ମାଙ୍କଡ ପିନ୍ଧିଲା ମାସ୍କ, କେବେ ଶିଖିବେ ଅମାନିଆ

ଭୁବନେଶ୍ୱର: ସାରା ବିଶ୍ୱକୁ ଥରହର କରିଥିଲା କରୋନା ମହାମାରୀ । ଆମ ମଧ୍ୟରୁ ଅନେକ କେହି ଆପଣାର, କେହି ସାହିପଡିଶା ଓ ସାଙ୍ଗସାଥୀଙ୍କୁ ହରାଇଛନ୍ତି । ସଂକ୍ରମଣଠାରୁ ବର୍ତ୍ତିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନେକ ପ୍ରକାର ନିୟମାବଳୀ ଜାରି କରିଛନ୍ତି । ତଥାପି ଅନେକ ଲୋକ ମାସ୍କ ପିନ୍ଧିବାକୁ କୁଣ୍ଠାବୋଧ କରୁଛନ୍ତି । ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ କିନ୍ତୁ ମଣିଷ ଜାତିକୁ ବହୁତ କିଛି ଶିଖାଇଛି ।

ପଶୁପକ୍ଷୀ ମଧ୍ୟ କରୋନାର ଭୟାବହତାକୁ ଜାଣିପାରିଛନ୍ତି । ଏ କଥା ଆମେ କହୁନୁ, ବରଂ ଏହି ଭିଡିଓକୁ ଦେଖି ବୋଧ ହୁଏ ମାନବ ଜାତି କିଛି ଶିକ୍ଷାଲାଭ କରିପାରିବ । ଭାଇରାଲ ହୋଇଥିବା ଏହି ଭିଡିଓରେ ଗୋଟିଏ ମାଙ୍କଡ ରାସ୍ତାରେ ପଡିଥିବା ଏକ ମାସ୍କକୁ ଉଠାଇବାରେ ସ୍ପଷ୍ଟ ଦେଖାଯାଇପାରେ । ପରେ ସହି ମାସ୍କଟିକୁ ମାଙ୍କଡ ପିନ୍ଧି ବୁଲିବା ଅନେକଙ୍କୁ ତାଜୁବ କରିଛି ।

ସ୍ୱଳ୍ପ ଅବଧିର ଏହି ଭିଡିଓରେ ମାଙ୍କଡଟି ପ୍ରଥମେ ମାସ୍କଟିକୁ ପିନ୍ଧିବାକୁ ଚେଷ୍ଟା କରିଥିଲା । ହେଲେ ତାହା ଫିଟ୍ ନହେବାରୁ ମାଙ୍କଡଟି ମାସ୍କ ପିନ୍ଧିବାକୁ ଆଉ ଚେଷ୍ଟା କରିନଥିଲା । ଭିଡିଓରେ ଯାହା ବି ଥାଉନା କାହିଁକି । ହେଲେ ସାମାନ୍ୟ ମାଙ୍କଡଟି ଯେ, ଅଜାଣତରେ ମାନବ ଜାତିକୁ ଏକ ଶିକ୍ଷା ଦେଇଛି, ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.