Latest Odisha News

BREAKING NEWS

ମହିଳା ଟି୨୦ ଚ୍ୟାଲେଞ୍ଜ: ଭେଲୋସିଟି ଦଳରେ ସ୍ଥାନ ପାଇଲେ ଓଡିଆ ଝିଅ ସୁଶ୍ରୀ

ଭୁବନେଶ୍ୱର: ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶନୀ ମହିଳା ଟି୨୦ ଚ୍ୟାଲେଞ୍ଜ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଟୁର୍ଣ୍ଣାମେଂଟ ନଭେମ୍ବର ୪ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବ । ସୁପରନୋଭାସ, ଟ୍ରେଲବ୍ଲେଜର ଓ ଭେଲୋସିଟି ୩ଟି ଦଳ ପାଇର୍ ଖେଳାଳି ଚୟନ କରାଯାଇଛି । ଢ଼େଙ୍କାନାଳର ସୁଶ୍ରୀ ଭେଲୋସିଟି ଦଳରେ ସ୍ଥାନ ପାଇଛନ୍ତି । ସେ ମିଥାଲୀ ରାଜଙ୍କ ନେତୃତ୍ୱରେ ଖେଳିବେ ।

ସହିପରି ସୁପରନୋଭାସ ଓ ଟ୍ରେଲବ୍ଲେଜର ଦଳର ନେତୃତ୍ୱ ଯଥାକ୍ରମେ ହରମନପ୍ରୀତ କୌର ଓ ସ୍ମୃତି ମନ୍ଧାନା ନେବେ । ଗତ ସଂସ୍କରଣରେ ମଧ୍ୟ ସୁଶ୍ରୀ ଏହି ପ୍ରତିଯୋଗିତାରେ ଖେଳିଥିଲେ । ଭାରତୀୟ ଖେଳାଳିଙ୍କ ବ୍ୟତୀତ ବିଦେଶର ୧୨ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ । ସମସ୍ତ ମ୍ୟାଚ ୟୁଏଇରେ ଖେଳାଯିବ । ଏହି ଅବସରରେ ଓଡିଶା ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟ ଆସୋସିଏଶନ ପକ୍ଷରୁ ସ୍ମୃତିଙ୍କୁ ମନୋନୀତ ହେବା ନେଇ ଶୁୂଭେଚ୍ଛା ଜଣାଯାଇଛି ।

Leave A Reply

Your email address will not be published.