Latest Odisha News

BREAKING NEWS

ଫ୍ରେଂଚ ଓପନ ଟେନିସ : ଇତିହାସ ରଚିଲେ ପୋଲାଣ୍ଡର ଇଗା ସ୍ୱିଟେକ୍‌

ପ୍ୟାରିସ: ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ୱିଟେକ୍ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି । ସେ ଫାଇନାଲରେ ଆମେରିକାର ସୋଫିଆ କେନିନଙ୍କୁ ୬-୪, ୬-୧ ସିଧାସଳଖ ସେଟରେ ପରାସ୍ତ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପୋଲାଣ୍ଡର ପ୍ରଥମ ମହିଳା ଖେଳାଳି ଭାବେ ଏହି ସଫଳତାର ହାସଲ କରିଛନ୍ତି ।

ମାତ୍ର ଏ ଘଂଟା ୨୪ ମିନିଟରେ ସେ କ୍ରମାଗତ ୨ଟି ସେଟ ଜିତି ମ୍ୟାଚ ହାତେଇ ନେଇଥିଲେ । ଏହା ତାଙ୍କର ପ୍ରଥମ ସିନିୟର ଗ୍ରାଣ୍ଡସ୍ଲାମ ଟାଇଟଲ । ପୂର୍ବରୁ ସେ ଜୁନିୟର ସ୍ତରରେ ଗ୍ରାଣ୍ଡସ୍ଲାମ ଜିତିଥିଲେ । କେନିନ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସ୍ୱିଟେକ ତାଙ୍କୁ ସୁଯୋଗ ଦେଇ ନ ଥିଲେ ।

Leave A Reply

Your email address will not be published.