Latest Odisha News

BREAKING NEWS

କାଶ୍ମୀରକୁ ନେଇ କ’ଣ କହିଲା ମୁସଲିମ୍ ଦେଶର ସଂଗଠନ OIC ?

ନୂଆଦିଲ୍ଲୀ: କାଶ୍ମୀର ବିବାଦକୁ ନେଇ ଇସଲାମିକ୍ ଦେଶର ସଂଗଠନ OIC (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍) ପୁଣି ଥରେ ମନ୍ତବ୍ୟ ଦେଇଛି । କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନାର ରାସ୍ତା ପାଇଁ ସଂଗଠନ ଏକ ପ୍ଲାନ୍ ଉପରେ କାମ କରୁଥିବା କହିଛି । ପିଓକେ ଗସ୍ତ ପରେ ଓଆଇସିର ସାଧାରଣ ସମ୍ପାଦକ ହିସେନ ବ୍ରାହିମ ତାହା ଗଣମାଧ୍ୟମକୁ ଏ ସୂଚନା ଦେଇଛନ୍ତି ।

ହିସେନ ବ୍ରାହିମ କହିଛନ୍ତି, କାଶ୍ମୀର ପ୍ରସଙ୍ଗକୁ ନେଇ ସବୁଠୁ ଜରୁରୀ ହେଉଛି ପାକିସ୍ତାନ ଓ ଭାରତ ମଧ୍ୟରେ ଆଲୋଚନା ପାଇଁ ଏକ ରାସ୍ତା ଖୋଜିବା । ଆମକୁ ପାକିସ୍ତାନ ସରକାର ଏବଂ ଅନ୍ୟ ଦେଶ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରୁଛୁ । ଏଥିପାଇଁ ଆମକୁ ସଂଗଠନ ଦେଶଙ୍କ ସମର୍ଥନ ଦରକାର । କୂଟନୈତିକ ପ୍ରସଙ୍ଗରେ ଆଲୋଚନା ସଡ଼କ ଉପରେ ଛିଡ଼ା ହୋଇ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ବ୍ରାହିମ ।

ସେ ଆହୁରି କହିଛନ୍ତି, ଆମେ ଆମ ସହଯୋଗୀ, ଅନ୍ତରାଷ୍ଟ୍ରୀୟ ସମୁଦାୟ ଓ ସଂଗଠନ ସଦସ୍ୟଙ୍କ ପକ୍ଷରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା କାଶ୍ମୀର ବିବାଦର ସମାଧାନ ପାଇଁ ଓଆଇସି ଏକଜୁଟ୍ ଓ ଦୃଢ଼ପରିକର । ତେବେ ମିଡିଆ ସହ ଆଲୋଚନା ବେଳେ ପିଓକେକୁ ଓଆଇସିର ଅଂଶ ବୋଲି କହିଛନ୍ତି ବ୍ରାହିମ ।

OIC ସଂଗଠନ କଣ ?

OIC (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍) ଏକ ଇସଲାମିକ୍ ସଂଗଠନ । ଏହି ସଂଗଠନର ସଦସ୍ୟ ହେଉଛନ୍ତି ୫୭ଟି ମୁସଲିମ୍ ବହୁଳ ଦେଶ । ସାଉଦି ଆରବ ଓ ତାର ସହଯୋଗୀ ଦେଶର ବିଶେଷ ଦବଦବା ଏହି ସଂଗଠନରେ ରହିଛି । ଓଆଇସିର ମୁଖ୍ୟ କାର୍ଯ୍ୟାଳୟ ସାଉଦି ଆରବର ଜେଦ୍ଦାହରେ ଅଛି । ସଂଗଠନର ମୁଖ୍ୟ କାମ ଶାନ୍ତି ଓ ସଦଭାବନା ରଖି ମୁସଲମାନଙ୍କ ହକକୁ ସୁରକ୍ଷା ଦେବା । ଆଉ ଏହି ସଂଗଠନରେ କେବଳ ଇସଲାମିକ୍ ଦେଶ ସାମିଲ୍ ହୋଇ ପାରିବେ ।

Leave A Reply

Your email address will not be published.