Latest Odisha News

BREAKING NEWS

ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରୁଛି ଇଡି?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଜଡିତ ଥିବା ହାଇ ପ୍ରୋଫାଇଲ ବ୍ଯକ୍ତିଙ୍କ ବାବଦରେ ଅଧିକ ଜାଣିବାକୁ ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସାମ୍ନାସାମ୍ନି ଜେରା କରିବାକୁ ଯୋଜନା କରୁଛି। ଇଡି ସୂତ୍ରରୁ ଏହା ଜଣାପଡ଼ିଛି।

7  ଦିନିଆ ରିମାଣ୍ଡର ଆଜି ଶେଷ ଦିନ । ରିମାଣ୍ଡରେ ଯିବା ବେଳେ ଅର୍ଚ୍ଚନା ଯେଉଁଭଳି ଗଣମାଧ୍ୟମକୁ କହିଥିଲେ ଆଶା କରାଯାଉଥିଲା ଇଡି ଆଗରେ ସବୁ କହିଦେବେ ଅର୍ଚ୍ଚନା। ହେଲେ ଇଡି ଆଗରେ ସେମିତି କୌଣସି ତଥ୍ୟ ଅର୍ଚ୍ଚନା ଦେଇନଥିବା ସୂଚନା ରହିଛି। ତେଣୁ ଅର୍ଚ୍ଚନାଙ୍କୁ ଆଉଥରେ ରିମାଣ୍ଡରେ ନେବାକୁ ଯୋଜନା କରୁଛି। ଆସନ୍ତାକାଲି କୋର୍ଟରେ ଅର୍ଟ୍ଟନାଙ୍କୁ ହାଜର କରିବ ଇଡି।

ସାତ ଦିନିଆ ରିମାଣ୍ଡରେ ଯିବା ପୂର୍ବରୁ ଅର୍ଚ୍ଚନା କହିଥିଲେ ଯେ ସେ ଇଡିକୁ ଅପେକ୍ଷା କରିଛନ୍ତି ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। କିନ୍ତୁ ସେ ତାଙ୍କ କଥା ରଖିଲେ ନାହିଁ। ପଚରାଉଚରା ବେଳେ ସେ ମୁହଁ ବନ୍ଦ କରି ରଖିଥିବା ଜଣାପଡ଼ିଛି। ପୋଲିସ ଆଗରେ କିଛି ନ କହିବା ପାଇଁ ଚାପ ପକାୟାଉଛି ବୋଲି କୁହାଯାଉଛି। ସୋମବାର ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ପୁଣି ଥରେ ରିମାଣ୍ଡରେ ଆଣି ପଚରାଉଚରା କରିବା ପାଇଁ ଇଡିର ଅଧିକାରୀମାନେ ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଖ୍ୟାତ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଗତ ଅକ୍ଟୋବର 29 ତାରିଖରେ ଅର୍ଚ୍ଚନା ନାଗ ଓ ତାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ବ୍ଲାକମେଲିଂ ଓ 3 କୋଟି ଟଙ୍କା ମାଗିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.