Latest Odisha News

BREAKING NEWS

ଇଣ୍ଡିଆନ ନାଭି ଅଗ୍ନିବୀର ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ: ଏଇ ତାରିଖ ସୁଦ୍ଧା କରନ୍ତୁ ଆବେଦନ

ନୂଆଦିଲ୍ଲୀ:ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନା ନାଭି ଅଗ୍ନିବୀର ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ରେଜିଷ୍ଟ୍ରେଶନ ପ୍ରକ୍ରିୟା । ଆଶାୟୀ ପ୍ରାର୍ଥୀମାନେ ନାଭିର ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଜୁନ ୧୩ ତାରିଖ ରହିଛି ।

ଆବେଦନ ପ୍ରକ୍ରିୟା ଆରମ୍ଭ –ମେ’ ୨୯ ୨୦୨୩

ଆବେଦନର ଶେଷ ତାରିଖ-ଜୁନ ୨୦୨୩

ଇଣ୍ଡିଆନ ନାଭି ରିକ୍ରୁଇଟମେଣ୍ଟ ୧୪୬୫ ଖାଲି ପଦବୀ ପୂରଣ ପାଇଁ ଆବେଦନପତ୍ର ଆହ୍ୱାନ କରିଛି । ଏଥିରୁ ୧୩୬୫ ପଦବୀ କେବଳ ଅଗ୍ନିବୀରଙ୍କ ପାଇଁ । ୧୦୦ ପଦୀ ଅଗ୍ନିବୀର (ଏମଆର) ୦୨/୨୦୨୩ ବ୍ୟାଚଙ୍କ ପାଇଁ ରହିଛି ।

ଇଚ୍ଛୁକ ପ୍ରାର୍ଥୀଙ୍କୁ ୫୫୦ ଟଙ୍କା ସହ ୧୮ ପର୍ସେଣ୍ଟ ଜିଏସଟି ଦେବାକୁ ପଡିବ  । ଆପ୍ଲିକେଶନ ଫିସ ଅନଲାଇନ ମୋଡରେ କରିବାକୁ ପଡିବ । ଫି ଡେବିଟ କାର୍ଡ, କ୍ରେଡିଟ କାର୍ଡ କିମ୍ବା ନେଟ ବ୍ୟାଙ୍କିଂ ମାଧ୍ୟମରେ କରିବାକୁ ପଡିବ ।

ଅଗ୍ନିବୀର ଚୟନ ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ଚରଣରେ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ବେସଡ ଅନଲାଇନ ପରୀକ୍ଷା ମାଧ୍ୟମରେ ସର୍ଟ ଲିଷ୍ଟ କରିବାକୁ ପଡିବ । ଏହା ପରେ ୨ୟ ଚରଣରେ ପ୍ରାର୍ଥୀଙ୍କୁ ପିଏଫଟି ଏବଂ ମେଡି ଟେଷ୍ଟ ଦେବାକୁ ପଡିବ ।

କେମିତି କରିବେ ଆବେଦନ

-ଇଣ୍ଡିଆନ ନାଭିର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

-ହୋମ ପେଜରେ Agniveer Navy 02/2023 SSR & MRରେ କ୍ଲିକ କରନ୍ତୁ

-ଏହାପରେ ଆପ୍ଲିକେଶନ ଫର୍ମ ପୂରଣ କରି ସମସ୍ତ ଆବଶ୍ୟକ କାଗଜପତ୍ର ଅପଲୋଡ କରନ୍ତୁୁ

-ଫର୍ମ ପୂରଣ ଫି ଭରନ୍ତୁ

-ଯଦି ଚାହୁଁଛନ୍ତି ଏହାର ଏକ ହାର୍ଡ କପି ବି ବାହାର କରି ନିଅନ୍ତୁ

 

Leave A Reply

Your email address will not be published.