Latest Odisha News

BREAKING NEWS

୯୫ ବର୍ଷୀୟା ମା’ଙ୍କୁ ଜଙ୍ଗଲରେ ଛାଡିଦେଲା କଳିଯୁଗ ପୁଅ

ମୟୂରଭଞ୍ଜ: ଜନ୍ମ ଦେଇଥିବା ମାଆକୁ ଜଙ୍ଗଲରେ ଛାଡିଦେଲା ପୁଅ । ପୁଅ  ଭୁଲି ଗଲା ମା’ର ମମତା । ୯୫ ବର୍ଷୀୟା ବୃଦ୍ଧା ମା’ର ଯତ୍ନ ନେବା ବଦଳରେ ପୁଅ ତାଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଦେଇଛି।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍ଗିରିପୋଷି ଅଞ୍ଚଳରେ। କନ୍ଦଳିଆ ଗାଁର ୯୫ ବର୍ଷୀୟା ବୃଦ୍ଧା ମାଆ ରୁକ୍ମିଣୀ ପାତ୍ରକୁ ଜଙ୍ଗଲରେ ଛାଡିଦେଇଛି ପୁଅ।

ସୂଚନାଥାଉକି,ରୁକ୍ମିଣୀଙ୍କ ବୟସ ଅଧିକ ହେବା ଯୋଗୁଁ ଠିକ୍ ଭାବରେ ଚଲାବୁଲା କରି ପାରୁନଥିଲେ । ଝିଅ ମା’ଙ୍କୁ ଘରେ ଆଣି ଛାଡ଼ିଦେଇଥିଲେ ଏହାପରେ ପୁଅ ଆଉ ନାତି ମାନେ ବୃଦ୍ଧା ମା’ଙ୍କ ସେବା କରିବା ବଦଳରେ ମା’ଙ୍କୁ ବୋଝ ଭାବିଥିଲେ । ଶେଷରେ ନିଜ ପୁଅ ମା’କୁ ନେଇ ପାଖ ଜଙ୍ଗଲରେ ଛାଡ଼ି ଦେଇ ଆସିଥିଲେ।

ଏପଟେ ସ୍ଥାନୀୟ ବାସିନ୍ଦା ବାଙ୍ଗିରିପୋଷ ପୋଲିସଙ୍କୁ ଖବର ଦେଇଥିଲେ । ପୋଲିସ ବୃଦ୍ଧାଙ୍କୁ ଉଦ୍ଧାର କରି ତୁରନ୍ତ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ବାରିପଦା ବୃଦ୍ଧାଶ୍ରମକୁ ସ୍ଥାନାନ୍ତର କରାଯାଇଛି।

Comments are closed.