ନୂଆଦିଲ୍ଲୀ : ବିଜେପି ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ନୂତନ ବାଚସ୍ପତି ଭାବେ ବୁଧବାର ଦିନ ନିର୍ବାଚିତ ହୋଇଛନ୍ତି ।
ଶ୍ରୀଯୁକ୍ତ ବିର୍ଲା ଆଜି ନିଦ୍ୱନ୍ଦରେ ନିର୍ବାଚିତ ହେବା ପରେ ସର୍ବସମ୍ମତି କ୍ରମେ ବାଚନିକ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ଟ୍ୱିଟ୍ କରିଛି ।
BJP MP from Kota, Om Birla elected as the Speaker of the 17th Lok Sabha. pic.twitter.com/Cuwe3zbRSA
— ANI (@ANI) June 19, 2019
ଲୋକସଭାର ବାଚସ୍ପତି ପଦ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ପରେ ଏହାକୁ ରାଜନାଥ ସିଂହ ଏହାକୁ ସମର୍ଥନ କରିଥିଲେ । ଏହି ପ୍ରସ୍ତାବକୁ କଂଗ୍ରେସ ସହ ଅନ୍ୟ ଦଳମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ଅଧିକ ପଢନ୍ତୁ: ବିଜେପି ସାଂସଦ ଓମ୍ ବିର୍ଲା ହେବେ ଲୋକସଭାର ବାଚସ୍ପତି
ଚଳିତ ନିର୍ବାଚନରେ ରାଜସ୍ଥାନର କୋଟା ଲୋକସଭା ଆସନରୁ ଶ୍ରୀଯୁକ୍ତ ବିର୍ଲା ୨ୟ ଥର ଲାଗି ନିର୍ବାଚିତ ହୋଇଛନ୍ତି ।
Comments are closed.