Latest Odisha News

BREAKING NEWS

କାଶ୍ମୀରରେ ନିର୍ବାଚନ ଲଢିବାକୁ ବିଜେପି ଡରୁଛି: କେନ୍ଦ୍ର ଉପରେ ବର୍ଷିଲେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବିଜେପି ଉପରେ ଆକ୍ରମଣ ଜାରି ରଖିଛି ବିରୋଧୀ ଦଳ। ନ୍ୟାସନାଲ କନଫରେନ୍ସ ମଧ୍ୟ ଲଗାତର ବିଜେପିକୁ ଟାର୍ଗେଟ କରୁଛି। ବୁଧବାର ଏନସି ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ରାଜ୍ୟରେ ବେକାରୀ ସମସ୍ୟା ବଢିବା ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି ଓମାର ଅବଦୁଲ୍ଲା।

ଓମାର ଅବଦୁଲ୍ଲା କହିଛନ୍ତି ଯେ ‘କେନ୍ଦ୍ରରେ ଶାସକ ଦଳର ଏହି ୟୁନିଅନ ପରିସରରେ ବିଧାନସଭା ନିର୍ବାଚନ ନକରିବା ପାଇଁ ବେକାରୀ ସମସ୍ୟା ବୃଦ୍ଧି ହେବାର ଅନ୍ୟତମ କାରଣ। ତେଣୁ ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢିବାକୁ ବିଜେପି ଡରୁଛି।’

ଅବଦୁଲ୍ଲା ଟୁଇଟ୍ କରି କହିଛନ୍ତି, ‘ଏହା ହେଉଛି ସେମାନଙ୍କର ନୂଆ ଜମ୍ମୁ କାଶ୍ମୀର। ସେ ଗତ ପାଞ୍ଚ ବର୍ଷ ଧରି ପ୍ରତ୍ୟେକ୍ଷ ରୂପେ ସେ ଶାସନ କରୁଛନ୍ତି। ଅଗଷ୍ଟ ୫, ୨୦୧୯ ରେ ନିଆଯାଇଥିବା ପଦକ୍ଷେପ (ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ରଦ୍ଦ)କୁ ନେଇ ଏକ ଯୁକ୍ତି କରାଯାଉଥିଲା। ସେହିସମୟରେ କୁହାଯାଉଥିଲା ଯେ ଧାରା ୩୭୦ ରଦ୍ଦ ହେଲେ ଅନେକ ନିଯୁକ୍ତି ସୃଷ୍ଟି ହେବ ଏବଂ ବେକାରୀ ସମସ୍ୟା ଦୂର ହେବ। କିନ୍ତୁ ଏହା ବିଜେପି ସରକାର ମିଛ ପ୍ରତିଶୃତି ଦେଇଛି।’

ଅବଦୁଲ୍ଲା କହିଛନ୍ତି ଯେ ଆଶ୍ଚର୍ଯ୍ୟର କଥା ଯେ ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ବିଜେପି ଭୟଭୀତ ଅଛି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦିନିକିଆ ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଇଥିବା ସୂଚନା ପରେ ଆସିଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଜମ୍ମୁ କାଶ୍ମୀରରେ ୧୫ ରୁ ୨୯ ବର୍ଷ ବୟସର ବେକାରୀ ହାର ୧୮.୩ ପ୍ରତିଶତ, ଯାହା ଜାତୀୟ ହାରଠାରୁ ବହୁତ ଅଧିକ।

Leave A Reply

Your email address will not be published.