Latest Odisha News

BREAKING NEWS

ଓଡ଼ିଶାରେ ପହଞ୍ଚିଲା ଓମିସିଓର ଟେଷ୍ଟିଂ କିଟ୍, ଓମିକ୍ରନ ଟେଷ୍ଟ ହେବ ସହଜ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଓମିସିଓର ଟେଷ୍ଟିଂ କିଟ୍ । ଏଣିକି ଓମିକ୍ରନ ଟେଷ୍ଟ କରିବା ସହଜ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଆସିଛି କିଛି ପରିମାଣର କିଟ୍ । କିଟ୍ ଆସିବା ପରେ ଏହାର ଡ୍ରାଏ ରନ୍ ଚାଲିଛି । କିଟ୍ ଠିକ ଅଛି କି ନାହିଁ ଟେଷ୍ଟ କରାଯାଉଛି । ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାକୁ ଏହି କିଟ୍ ପଠାଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଦିନକୁ ଦିନ ଓମିକ୍ରନ ଅଧିକ ଚିହ୍ନଟ ହେବାରେ ଲାଗିଛି । ହେଲେ ଏହି କିଟ୍ ଦ୍ୱାରା ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ସହାୟକ ହେବ । ପୂର୍ବରୁ କରୋନା ଆକ୍ରାନ୍ତଙ୍କ ଜିନୋମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନ ଆକ୍ରାନ୍ତଙ୍କ ନାହିଁ ଜଣାପଡ଼ୁଥିଲା । ଏହି କିଟ୍ ଆସିବା ପରେ ଜିନୋମ ସିକ୍ୱେନ୍ସିଂର ଆବଶ୍ୟକତା ପଡ଼ିବନି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରାଥମିକ ପର୍ଯ୍ୟାୟରେ ୫ ଲକ୍ଷ କିଟ୍ ପାଇଁ ଅର୍ଡ଼ର ଦେଇଥିଲେ । ପ୍ରଥମ ରାଜ୍ୟଭାବେ ଓଡ଼ିଶା ଓମିସିଓର କିଟ୍ ଆଣିଛି ।

Comments are closed, but trackbacks and pingbacks are open.