ଭୁବନେଶ୍ବର: ଆମ ହିନ୍ଦୁ ରୀତିନୀତିରେ ବିବାହିତ ମହିଳାମାନେ ସାଧାରଣତଃ ବିବାହ ପରେ ମଙ୍ଗଳସୂତ୍ର ପିନ୍ଧନ୍ତି । ବିବାହ ସମୟରେ ମଧ୍ୟ ଦୁଇଟି ଜିନିଷ ଗୁରୁତ୍ବପୂର୍ର୍ର ରହିଥାଏ । ଗୋଟିଏ ହେଲା ସିନ୍ଦୁର ଏବଂ ଆଉ ଗୋଟେ ହେଲା ମଙ୍ଗଳସୂତ୍ର । ହେଲେ କେବେ ଆପଣ ଭାବିଛନ୍ତି କି କାହିଁକି ବିବାହିତ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧନ୍ତି ?
ତେବେ ମଙ୍ଗଳସୁତ୍ର ଦୁଇଟି ଶବ୍ଦ ମଙ୍ଗଳ ଏବଂ ସୂତ୍ରରୁ ଗଠିତ। ‘ମଙ୍ଗଳ’ ଅର୍ଥ ପବିତ୍ର ଏବଂ ‘ସୂତ୍ର’ ଅର୍ଥ ହେଉଛି ପବିତ୍ର ହାର । ହିନ୍ଦୁ ଧର୍ମରେ ବୈବାହିକ ଜୀବନର ସବୁଠାରୁ ବଡ଼ ପ୍ରତୀକ ଭାବରେ ମଙ୍ଗଳସୁତ୍ରକୁ ବିବେଚନା କରାଯାଏ । ଭାରତରେ ବିବାହ ସମୟ ପରଠାରୁ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧିବାର ବିଶେଷତ୍ବ ରହିଛି । ବିବାହ ସମୟରେ ମଙ୍ଗଳସୂତ୍ର ପିନ୍ଧେଇବାର ନିୟମ ମଧ୍ୟ ରହିଛି । ଏହାକୁ ବିବାହ ଏକ ପ୍ରତୀକ ମଣାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୁନା ଗୁରୁଗ୍ରହଙ୍କ ପ୍ରଭାବରେ ରହିଥାଏ । ଗୁରୁଗ୍ରହ ବୈବାହିକ ଜୀବନରେ ଖୁସି, ସମ୍ପତ୍ତି ଓ ଜ୍ଞାନର ପ୍ରତୀକ ବୋଲି କୁହାଯାଏ ।
ସେହିପରି ମଙ୍ଗଳସୂତ୍ରରେ ଦିଆଯାଇଥିବା କଳା ରଙ୍ଗର ମାଳି ବା ମୋତି ଶନି ଗ୍ରହଙ୍କ ପ୍ରତୀକ କୁହାଯାଏ । ଶନି ସ୍ଥାୟିତ୍ବ ତଥା ନିଷ୍ଠାର ପ୍ରତୀକ ବୋଲି ମଣାଯାଏ । କୁହାଯାଏ କି ଗୁରୁ ଓ ଶନି ଗ୍ରହ ମିଶି ବୈବାହିକ ଜୀବନରେ ସୁଖ ସମୃଦ୍ଧି ଓ ସ୍ଥାୟିତ୍ବ ଆଣିଥାନ୍ତି । ଏଥିସହିତ ଏହା ବି କୁହାଯାଏ, ମଙ୍ଗଳସୂତ୍ରରେ ଥିବା କଳା ରଙ୍ଗ ନାରୀଟିକୁ ଖରାପ ନଜରରୁ ରକ୍ଷା କରିଥାଏ ଏବଂ ଏଥିରେ ଥିବା ସୁନା ଶରୀରରେ ବଳ ବୃଦ୍ଧି କରିଥାଏ । ଆହୁରି ବି କୁହାଯାଏ ମଙ୍ଗଳସୂତ୍ରରେ ଏତେ ବଳ ଥାଏ ଯେ, ଏହା ସ୍ବାମୀ ଉପରେ ଆସୁଥିବା ସମସ୍ତ ବାଧା ବିଘ୍ନକୁ ଦୂର କରିଥାଏ ।
ତେବେ ଖାଲି ଯେ, ଭାରତରେ ଏହି ପରମ୍ପରା ରହିଛି, ତାହା ନୁହେଁ, ଭାରତ ଛଡା..ନେପାଳ, ବାଂଲାଦେଶ ଏବଂ ପାକିସ୍ତାନର ହିନ୍ଦୁମାନଙ୍କ ବ୍ୟତୀତ ସିରିଆ ଖ୍ରୀଷ୍ଟିଆନଙ୍କ ପରି ଅଣ-ହିନ୍ଦୁ ଲୋକମାନେ ମଧ୍ୟ ମଙ୍ଗଳସୁତ୍ର ପିନ୍ଧନ୍ତି ।
Comments are closed.