Latest Odisha News

BREAKING NEWS

କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ମାନ୍ୟତା…

ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସ ଆଣିଦେଇଛି ଓଡ଼ିଶାବାସୀଙ୍କ ଲାଗି ଏକ ଖୁସିର ଖବର । ଓଡ଼ିଶାର କନ୍ଧମାଳ ହଳଦୀକୁ ମିଳିଛି ଜିଆଇ ମାନ୍ୟତା ।

ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାରେ ସାଧାରଣତଃ ଅତ୍ୟଧିକ ହଳଦୀ ଚାଷ କରାଯାଇଥାଏ, ଏହି ହଳଦୀର ଔଷଧୀୟ ଗୁଣ ଅଧିକମାତ୍ରାରେ ରହିଥାଏ ।

ଏହି ଜିଆଇ ମାନ୍ୟତା ଲାଗି ୨୦୧୮ ଜାନୁଆରୀ ମାସରେ କନ୍ଧମାଳ ଆପେକ୍ସ ସ୍ପାଇସେସ ଫର୍ ମାର୍କେଟିଂ ପକ୍ଷରୁ ଆବେଦନ କରାଯାଇଥିଲା ।

କନ୍ଧମାଳ ହଳଦୀ ବ୍ୟତୀତ ଓଡ଼ିଶାର ପ୍ରାୟ ୧୫ଟି ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା ।

ଏହା ଉଲ୍ଲେଖ୍ୟଯେ, ସାମଗ୍ରୀର ଭୌଗୋଳିକ ଉତ୍ପତ୍ତି ସ୍ଥଳ ବିଶେଷକୁ ଏହି ଜିଆଇ ମାନ୍ୟତା ସୂଚାଇଥାଏ । ଏହି ମାନ୍ୟତା ସାଧାରଣତଃ କୃଷି ଉତ୍ପାଦ, ପ୍ରାକୃତିକ ସାମଗ୍ରୀ ତଥା ସ୍ୱତନ୍ତ୍ର ଗୁଣବତ୍ତା ହାସଲ କରିଥିବା କିଛି ଦ୍ରବ୍ୟ ଉପରେ ଏହା ଲାଗୁ କରାଯାଇଥାଏ ।

ଏହି ଖୁସି ଖବରରେ ଆନନ୍ଦ ପ୍ରକାଶ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ଟ୍ ମାଧ୍ୟମରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.