Latest Odisha News

BREAKING NEWS

ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ରାୟଗଡ଼ା : ସକାଳୁ ସକାଳୁ ଅଘଟଣ । ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର । ରାୟଗଡ଼ା ସହରର ପୂର୍ତ୍ତ ବିଭାଗ ବଙ୍ଗଳା ଆଗରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ । ମାଛ ବିକ୍ରି କରୁଥିବା ବେଳେ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ବୋଚ୍ଚା ପ୍ରକାଶ ରାଓଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁଯାୟୀ, ପ୍ରକାଶ ପ୍ରତିଦିନ ପୂର୍ତ୍ତ ବିଭାଗ ବଙ୍ଗଳା ରାସ୍ତା କଡ଼ରେ ବସି ମାଛ ବିକ୍ରି କରନ୍ତି ।  ହେଲେ ଆଜି ସକାଳୁ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ବୋଚ୍ଚା ପ୍ରକାଶ ରାଓଙ୍କ ମୃତ୍ୟୁ ହୋଇଥିଲା । କଣ୍ଟେନରଟି ରାଉରକେଲାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି  ।

ଏହି ଦୁର୍ଘଟଣା ପରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ବୋଚ୍ଚା ପ୍ରକାଶ ରାଓଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବି କରି ଧାରଣାରେ ବସିଛନ୍ତି ସ୍ଥାନୀୟ ଲୋକେ । ଏନେଇ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି  । ସେପଟେ ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Leave A Reply

Your email address will not be published.