Latest Odisha News

BREAKING NEWS

ଆମ୍ବ ତୋଟାକୁ ଯାଇଥିଲେ ବୃଦ୍ଧ, ହାତୀ କଚାଡ଼ି ନେଇଗଲା ଜୀବନ

ବନ୍ତଳା: ଥମୁନି ହାତୀ ଉପଦ୍ରବ । ବନ୍ତଳା ବନାଞ୍ଚଳରେ ମାତିଛନ୍ତି ହାତୀ । ପୁଣି ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବୃଦ୍ଧ ଜଣକ ହେଲେ ତଳଗଡ଼ ପଞ୍ଚାୟତର କନ୍ତମେଘ ଗ୍ରାମର ରମେଶ ଦେହୁରୀ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ବୃଦ୍ଧଜଣଙ୍କ ଗାଁ ନିକଟରେ ଥିବା ଆମ୍ବ ବଗିଚା ପାଖକୁ ଯାଇଥିଲେ । ତେବେ ପୂର୍ବରୁ ସେଠାରେ ଗୋଟିଏ ଦନ୍ତାହାତୀ ଥିଲା। ବୃଦ୍ଧଙ୍କୁ ସେଠାରେ ଏକୁଟିଆ ପାଇ ତାଙ୍କ ଉପରେ ଆକ୍ରମଣ କରିଥିଲା । ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.