Latest Odisha News

ପ୍ରତି ୧୨ ଜଣରେ, ଯୌନ ନିର୍ଯାତନାର ଶିକାର ହେଉଛି ଜଣେ ଶିଶୁ

ନୂଆଦିଲ୍ଲୀ: ବର୍ତ୍ତମାନ ‘ସୋସିଆଲ ମିଡିଆ’ ପିଲାଙ୍କ ପାଇଁ ‘ଡାର୍କ ଓ୍ବାଲ୍ଡ’ ସାଜିଥିବା ବେଳେ, ଏହାକୁ ନେଇ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଦାନ କରିଛି ଲାନସେଟ୍ ଷ୍ଟଡି । ଦି ଲାନସେଟ୍ ଚାଇଲ୍ଡ ଆଣ୍ଡ୍ ଆଡୋଲସେଣ୍ଟ ହେଲ୍ଥରେ ପ୍ରକାଶିତ ଏକ ଅଧ୍ୟୟନ କହୁଛି, ଗତ ବର୍ଷ ସାରା ବିଶ୍ୱରେ ପ୍ରତି ବାର ଜଣ ପିଲାଙ୍କ ମଧ୍ୟରୁ ଜଣେ ଅନଲାଇନ୍ ଯୌନ ଶୋଷଣର ଶିକାର ହୋଇଛନ୍ତି ।

ୟୁକେର ଇଣ୍ଡେନବର୍ଗ ବିଶ୍ୱବିଦ୍ୟାଳୟ ଏବଂ ଚୀନ୍ କୃଷି ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ମିଳିତ ଭାବେ ପରିଚାଳିତ ଏହି ଅଧ୍ୟୟନରେ, ୨୦୧୦ରୁ ୨୦୨୩ ପର୍ଯ୍ୟନ୍ତ ୧୨୩ଟି ଷ୍ଟଡି କରାଯାଇଥିଲା ।  ଯାହାର ରିପୋର୍ଟ କହୁଥିଲା, ବିଶ୍ୱରେ ପ୍ରତି ଆଠ ଜଣ ପିଲାଙ୍କ ମଧ୍ୟରୁ ଜଣେ ଇଣ୍ଟରନେଟରେ ଫଟୋ-ଆଧାରିତ ଯୌନ ଶୋଷଣ ଦ୍ୱାରା ପ୍ରଭାବିତ ହେଉଛି । ଆଉ ସମାନ ସଂଖ୍ୟାରେ ଅନଲାଇନ୍ ଫ୍ରେଣ୍ଡ ରିକ୍ବେଷ୍ଟର ଶିକାର ହୋଇଛନ୍ତି ।

ତେବେ ଏହି ଅଧ୍ୟୟନରେ ମୁଖ୍ୟତଃ ଚାରି ପ୍ରକାରର ଅନଲାଇନ୍ ଶିଶୁ ଯୌନ ଶୋଷଣ ଚିହ୍ନଟ କରାଯାଇଛି । ଅନଲାଇନ୍ ଯୌନ ଶୋଷଣ, ଯାହା ବିଶ୍ବବ୍ୟାପୀ ୪.୭ ପ୍ରତିଶତ । ଯୌନ ଆଦାୟ ୩.୫ ପ୍ରତିଶତ । ଫଟୋ-ଆଧାରିତ ଅପବ୍ୟବହାର ୧୨.୬ ପ୍ରତିଶତ । ଅନଲାଇନ୍ ଅନୁରୋଧ ମାଧ୍ୟମରେ ୧୨.୫ ପ୍ରତିଶତ ପ୍ରଭାବିତ ହେଉଛନ୍ତି ଶିଶୁ । ଯାହା ଏବେ ଅଭିଭାବକଙ୍କ ଚିନ୍ତା ବଢାଇଛି ।

Comments are closed.