Latest Odisha News

BREAKING NEWS

ନବରଙ୍ଗପୁରରେ ବ୍ରିଜ ଭୁଶୁଡିବାରୁ ଜଣେ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ରବିବାର ଏକ ନିର୍ମାଣାଧୀନ ବ୍ରିଜର କଂକ୍ରିଟ ସ୍ଲାବ ଖସି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଉମରକୋଟ ଅଞ୍ଚଳର ତାଳପଦର ନିକଟ ବିଜୁ ସେତୁରେ ଶ୍ରମିକମାନେ କାମ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଏକ ସ୍ଲାବ ଭୁଶୁଡି ପଡିଥିଲା। ଯାହା ଫଳରେ ଶ୍ରମିକ ମାନେ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକମାନେ ଶ୍ରମିକମାନଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିବା ସହ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ତେବେ ଉମରକୋଟ୍ ଥାନା ଆଇଆଇସି ନରେଶ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.