Latest Odisha News

BREAKING NEWS

ଓଡ଼ିଶାରେ ୩ ଲକ୍ଷ ୨୮ ହଜାର ଟପିଲା ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୪୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୮ ହଜାର ୦୪୩ରେ ପହଞ୍ଚିଛି।

 

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୬୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୫୧ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୦୯ଟି । ଆଜି ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୩ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ୨୦୬ ପଜିଟିଭ୍ ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୧ହଜାର ୮୬୨କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୨ହଜାର ୧୧୫ଟି କରୋନା ଆକ୍ଟିଭ୍ କେସ୍ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮୯୧ରେ ପହଞ୍ଚିଛି।

Leave A Reply

Your email address will not be published.