Latest Odisha News

BREAKING NEWS

କାଳିଆ ଟଙ୍କା ନଫେରାଇବାକୁ ବିଜେପିର ପରାମର୍ଶ

ଭୁବନେଶ୍ୱର: କାଳିଆ ଟଙ୍କା ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ କରିବାକୁ ନେଇ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଘେରିଛନ୍ତି । ସେ ଚାଷୀମାନଙ୍କୁ କାଳିଆ ଟଙ୍କା ନଫେରାଇବାକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି, ରାଜ୍ୟ ସରକାର ପ୍ରଥମେ ୫ ହଜାର କୋଟ ଟଙ୍କାର କାଳିଆ ଯୋଜନା ପ୍ରସ୍ତୁତ କଲେ । ୨,୫୫୦ କୋଟି ଟଙ୍କା ଚାଷୀଙ୍କୁ ବାଂଟିଲେ । ଏବେ ୩ଲକ୍ଷ ୪୧ ହଜାର ଚାଷୀଙ୍କୁ ୫ହଜାର ଲେଖାଏଁ ଫେରସ୍ତ ପାଇଁ କହୁଛନ୍ତି । ତେଣୁ କୌଣସି ବି ଚାଷୀ ଭାଇ ଟଙ୍କା ଫେରସ୍ତ କରନ୍ତୁ ନାହିଁ ବୋଲି ବିରୋଧୀ ଦଳ ନେତା ନିବେଦନ କରିଛନ୍ତି । ଯେଉଁମାନେ ଚାଷୀଙ୍କୁ ସିଲେକ୍‌ସନ୍ କରି କାଳିଆ ଟଙ୍କା ଦେଇଛନ୍ତି ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରାଯାଉ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.