Latest Odisha News

BREAKING NEWS

ପୁରୀ ପେଣ୍ଠକଟାରେ ଉତ୍ତେଜନା: କରୋନା ରିିପୋର୍ଟ ନ ଦେଖିଲେ, ହସ୍ପିଟାଲ ଯିବୁନି

ପୁରୀ: ପୁରୀ ପେଣ୍ଠକଟାରେ ଉତ୍ତେଜନା । କରୋନା ଟେଷ୍ଟକୁ ନେଇ ଲୋକଙ୍କ ପ୍ରବଳ ବିରୋଧ । କରୋନା ନମୂନା ପରୀକ୍ଷା ରିପୋର୍ଟ ଦେଖିବାକୁ ଅଡି ବସିଛନ୍ତି ଲୋକେ । ରିପୋର୍ଟ ନଦେଖିବା ଯାଏଁ ହସ୍ପିଟାଲ ଯିବୁନି ବୋଲି କହିଛନ୍ତି ଲୋକେ । ଅଭିଯୋଗ ଅନୁସାରେ, ସ୍ଥାନିଅ ଅଂଚଳର କିଛି ଲୋକଙ୍କୁ ଲକ୍ଷଣ ନଥିବା ସତ୍ତ୍ୱେ ପଜିଟିଭ କହି ହସ୍ପିଟାଲକୁ ନିଆଯାଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପେଣ୍ଠକଟାର ଶହ ଶହ ମହିଳା ଆଜି ରାସ୍ତା ଉପରକୁ ଓହ୍ଲାଇଛନ୍ତି । ଫଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଓ ପ୍ରଶାସନିକ କର୍ମଚାରୀଙ୍କୁ  ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ଚିକିତ୍ସା ପାଇଁ ପଜିଟିଭ ବ୍ୟକ୍ତିଙ୍କୁ  ସ୍ଥାନୀୟ ଲୋକେ ନ ଛାଡିବାରୁ  ପୁଲିସକୁ ଖାଲି ହାତରେ ଫେରିବାକୁ ପଡିଛି ।

Leave A Reply

Your email address will not be published.