Latest Odisha News

କୋଭିଡ ପରିଚାଳନାରେ ରାଜ୍ୟ ସରକାର ଫେଲ୍‌: ତାରା

ଭୁବନେଶ୍ୱର: କୋଭିଡ କେୟାର ସେଂଟର ଏବଂ ଟିଏମ୍‌ସି ବନ୍ଦ କରିବା ପ୍ରସଙ୍ଗରେ ସରକାରଙ୍କ ଉପରେ ଗର୍ଜିଲେ ବିରୋଧୀ । କଟକ, ଭୁବନେଶ୍ୱରକୁ ନଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦବାହିନୀ ପତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ସେପଟେ ସରକାର ଗୋଟିଏ ଗୋଟିଏ ସେଂଟର ବନ୍ଦ କରି ଚାଲିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବି ସରକାର ବନ୍ଦ କରିଦିଅନ୍ତୁ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ବନ୍ଦ କରିବା ଅନୁଚିତ । କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତ୍ୱର ରୋଗୀ କଟକ ଭୁବନେଶ୍ୱର ଆସୁଛନ୍ତି । ଯଦି ନ ଆସିବେ ତେବେ କଣ ମରିବେ କି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ତାରା । ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାର ଭିତି ଠିକ୍ ନଥିବା ବେଳେ ଏପରି ନିଷ୍ପତି ଜନବିରୋଧୀ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ସେପଟେ ଏନେଇ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସବୁ ରୋଗୀଙ୍କ କଟକ ଓ ଭୁବନେଶ୍ୱର ଆସିବା ଅଧିକାର ରହିଛି । ତାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ଉଚିତ । ରୋଗୀଙ୍କୁ କଟକ, ଭୁବନେଶ୍ୱର ଆସିବା ପାଇଁ ମନା କରିବା କାହାର ନୈତିକ ଅଧିକାର ନାହିଁ ।

ବିଜେଡି କହିଛି, ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ କଟକ, ଭୁବନେଶ୍ୱର ଆସିଲେ ତାଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡିବ । ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ଚିକିତ୍ସା କରାଯାଉଛି । ଯେୁଉଁମାନେ ଗୁରୁତର ହୋଇପଡୁଛନ୍ତି ସେମାନଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଉଛି ।

Leave A Reply

Your email address will not be published.