Latest Odisha News

BREAKING NEWS

ହାତୀମୃତ୍ୟୁ ମାମଲାରେ କଠୋର ହେଲେ ହାଇକୋର୍ଟ, ୨୦ ସୁଦ୍ଧା ସତ୍ୟପାଠ ଦେବାକୁ JTFକୁ ନିର୍ଦ୍ଦେଶ

କଟକ : ରାଜ୍ୟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି କରି ୫ଟି ବିଦ୍ୟୁତ ବିତରଣ କମ୍ପାନୀକୁ ଆଜି ନୋଟିସ ଦେଇଛନ୍ତି ହାଇକୋର୍ଟ । ଏଥିସହ ହାତୀ ମୃତ୍ୟୁ ରୋକିବାକୁ ପଦକ୍ଷେପ ସମେତ ଆକ୍ରମଣରେ ଜୀବନହାନୀ ଘଟିଲେ କ୍ଷତିପୂରଣ ସଂପର୍କରେ ଜଣାଇବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏପରିିକି ସମୟ ଧାର୍ଯ୍ୟ ପୂର୍ବକ, ଏପ୍ରିଲ୨୦ ସୁଦ୍ଧା ସତ୍ୟପାଠ ଦେବାକୁ ଜଏଣ୍ଟ ଟାସ୍କଫୋର୍ସକୁ ହାଇକୋର୍ଟ କହିଥିବା ଜଣାପଡିଛି । ଏଥିସହ ବନ କର୍ମଚାରୀ ତୁରାମ ପୂର୍ତ୍ତି ମୃତ୍ୟୁ ମାମଲାରେ IPC ର ଧାରା 306ରେ ମାମଲା ରୁଜୁ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଗତ ଜାନୁଆରୀରୁ ୧୮ରୁ ଆଜି ପର୍ଯ୍ୟନ୍ତ ୧୪ ଟି ହାତୀଙ୍କ ମୃତ୍ୟୁ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଜଏଣ୍ଟ ଟାସ୍କଫୋର୍ସ । ଆସନ୍ତା ୨୦ ଏପ୍ରିଲରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave A Reply

Your email address will not be published.