Latest Odisha News

BREAKING NEWS

ଓଡ଼ିଶାରେ ବଢୁଛି ବାଂଲାଦେଶୀଙ୍କ ସଂଖ୍ୟା ! ମାଲକାନଗିରିରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ବାଂଲାଦେଶୀଙ୍କ ଜିଲ୍ଲା ୱାରୀ ସଂଖ୍ୟା ଓ କେଉଁ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ସର୍ବାଧିକ, ଏନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ଏହି ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧,୫୭,୪୩୨ ଜଣ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି । ସଂଖ୍ୟା କ୍ରମରେ ଦେଖିବାକୁ ଗଲେ, ମାଲକାନଗିରିରେ ସର୍ବାଧିକ ୧,୦୪,୨୩୩ ଜଣ ବାଂଲାଦେଶୀ ରହିଛନ୍ତି । ସେହିଭଳି ୨ୟ ସ୍ଥାନରେ ନବରଙ୍ଗପୁର ରହିଛି, ଏଠାରେ ୪୬,୮୪୮ ଜଣ, କେନ୍ଦ୍ରାପଡାରେ ୪୪୧, ଖୋର୍ଦ୍ଧାରେ ୪୬୫୩, ଯାଜପୁରରେ ୩୭୯, କଳହାଣ୍ଡିରେ ୯୦, ବାଲେଶ୍ୱରରେ ୭୫, ଅନୁଗୁଳରେ ୧୫, କୋରାପୁଟରେ ୧୯୪, ରାୟଗଡାରେ ୩୦୪ ଜଣ ବାଂଲାଦେଶୀ ରହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶରଣାର୍ଥୀ ବାଦ୍ ରାଜ୍ୟରେ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ରହି ଆସୁଛନ୍ତି । କେନ୍ଦ୍ରାପଡାରେ ସର୍ବାଧିକ ୧୬୪୯ ଜଣ ଜଗତସିଂହପୁରରେ ୧୧ଶହ ୧୨ ଜଣ, ନବରଙ୍ଗପୁରରେ ୧୦୬, ମାଲକାନଗିରିରେ ୬୫୫, ଖୋର୍ଦ୍ଧାରେ ୧୭, ଭଦ୍ରକରେ ୧୯୯ ଓ ବରଗଡ ଜିଲ୍ଲାରେ ୨ ଜଣ ଅନୁପ୍ରବେଶକାରୀ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.