Latest Odisha News

ବିଶ୍ୱର ସବୁଠୁ ସରୁ ନଦୀ: ଗୋଟିଏ ପାଦ ଡ଼େଇଁଲେ ହେବେ ପାର

ଚୀନ: ନଦୀ ହେଉଛି ମାନବ ସଭ୍ୟତା ବିକାଶର ପରମ ସହଯୋଗୀ । ହଜାର ହଜାର ବର୍ଷ ତଳୁ ଆରମ୍ଭ ହୋଇଥିବା ମାନବ ସଭ୍ୟତା କେବଳ ନଦୀ କୂଳରେ ହିଁ ଗଢି ଉଠିଥିଲା । ଏହାର କାରଣ ଥିଲା ଜୀବନଧାରଣର ଆବଶ୍ୟକତା ପାଇଁ ଲୋଡ଼ା ଯାଉଥିଲା ନଦୀ । ସେ ଦୃଷ୍ଟିରୁ ବିଶ୍ୱର ସବୁ ପ୍ରାନ୍ତରେ ନଦୀ କୂଳରେ ଗଢିଉଠିଥିଲା ବିଭିନ୍ନ ଜନବସତି । ନଦୀ କୂଳରେ ଗଢି ଉଠିଥିବା ଜନବସତିକୁ ଦେଖିଲେ ସେ ଭିତରୁ ଅନେକ ନଦୀର ଆକାର ବିରାଟକାୟ ହୋଇଥିବା ବେଳେ ଅନେକଗୁଡ଼ିଏ ମଧ୍ୟ ଛୋଟ ନଦୀ ଥାଏ । ସେଥିପାଇଁ ନଦୀ ପାର ହେବାକୁ ଡ଼ଙ୍ଗା, ଲଞ୍ଚ ଆଦିର ଆବଶ୍ୟକତା ପଡ଼େ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଏକ ଛୋଟନଦୀ ଅଛି ଯାହାକୁ ପାରି ହେବା ପାଇଁ ଡ଼ଙ୍ଗା,ଲଞ୍ଚ କିମ୍ବା ବ୍ରିଜ୍‌ର ଆବଶ୍ୟକତା ନାହିଁ । ବାସ୍ ଗୋଟେ ପାଦ ଡ଼େଇଁଲେ ହୋଇଯିବେ ନଦୀ ପାର । ଏମିତି ଏକ ନଦୀ ରହିଛି ଚୀନ୍‌ରେ, ଯାହାକୁ ବିଶ୍ୱର ସବୁଠାରୁ ସରୁ ନଦୀ ବୋଲି କୁହାଯାଉଛି ।

ଚୀନ୍‌ରେ ଥିବା ଏହି ସରୁ ନଦୀର ନାମ ହେଉଛି ‘ହୁଆଲାଇ’ । ଚୀନ ଭାଷାରେ ଏହାର ଅର୍ଥ ହେଲା ସବୁଠୁ ସରୁ । ନଦୀର ଲମ୍ବ ୧୭ କିଲୋମିଟର ହୋଇଥିବା ବେଳେ ଏହାର ଗଭୀରତା ୫୦ ସେଣ୍ଟିମିଟର ଓ ଓସାର ପ୍ରାୟ୧୫ ସେଣ୍ଟିମିଟର । ସୂଚନା ଅନୁସାରେ, ନଦୀର ସବୁଠାରୁ ସଂକୀର୍ଣ୍ଣ ଓସାର ହେଉଛି ମାତ୍ର ୪ ସେଣ୍ଟିମିଟର । ବିଶେଷଜ୍ଞଙ୍କ ମତରେ ଏହି ନଦୀ ବହୁତ ପୁରୁଣା । ପାଖାପାଖି ୧୦ ହଜାର ବର୍ଷ ହେବ ପ୍ରବାହିତ ହେଉଛି ଏହି ନଦୀ ।

Leave A Reply

Your email address will not be published.