Latest Odisha News

କାଲିଠୁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ

କଟକ: ଆସନ୍ତାକାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ । ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ହାଇକୋର୍ଟ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦେଶ ଦେଇଛନ୍ତି । ନିର୍ଦେଶ ଅନୁସାରେ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାରୁ ଏଭଳି ନିଷ୍ପତ୍ତି ହୋଇଛି । ହାଇକୋର୍ଟ ପରିସରକୁ ସାନିଟାଇଜ କରିବାକୁ ନିର୍ଦେଶନାମାରେ କୁହାଯାଇଛି।

ହାଇକୋର୍ଟରେ ସେପ୍ଟେମ୍ବର ୨୧ରେ ବିଚାର ହେବାକୁ ଥିବା ମାମଲା ୨୩ରେ ବିଚାର ହେବ । ୨୨ରୁ ୨୫ ତାରିଖ ଯାଏ ଥିବା ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିବା ହାଇକୋର୍ଟ ରେଜିଷ୍ଟାର(ପ୍ରଶାସନ) ସୂଚନା ଦିଆଯାଇଛି । ହାଇକୋର୍ଟ ୨ଦିନ ବନ୍ଦ ରହିବା କାରଣରୁ ସେପ୍ଟେମ୍ବର ୨୪, ୨୫, ୨୮ ଓ ୨୯ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ।

Leave A Reply

Your email address will not be published.