Latest Odisha News

BREAKING NEWS

ସରିଲା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଦେଶର ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ପ୍ରବେଶ ପାଇଁ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରବେଶ ପରୀକ୍ଷା ସିୟୁସିଇଟି-୨୦୨୦ ଶେଷ ହୋଇଛି ।

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ ଛାତ୍ରଛାତ୍ରୀ, ଅଭିଭାବକ, ପରୀକ୍ଷାରେ ନିୟୋଜିତ ସମସ୍ତ କର୍ମକର୍ତ୍ତା ଓ ଅଂଶ ଗ୍ରହଣ କରିଥିବା ସମସ୍ତ ବିଶ୍ୱବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇଛନ୍ତି ।

କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାର ଓ ଓଡିଶା ସରକାରଙ୍କ ଦ୍ଵାରା ଜାରି ହୋଇଥିବା ମାର୍ଗଦର୍ଶୀକା ସମ୍ପୂର୍ଣ ରୂପେ ପାଳନ କରଯାଇଛି ବୋଲି ସୂଚନା ମିଳିଛି।

ଏହି ପରୀକ୍ଷା ମାଧ୍ୟମରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ଟି ବିଭାଗ ଦ୍ଵାରା ୩୦ଟି ବିଷୟରେ ଛାତ୍ର ଛାତ୍ରୀ ମାନେ ପ୍ରବେଶ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ । ଓଡିଶାର ୧୪ଟି ସ୍ଥାନ ସମେତ ଭାରତ ବର୍ଷରେ ସର୍ବମୋଟ ୧୪୧ଟି ସ୍ଥାନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଅଛି ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରବେଶ ନିମନ୍ତେ ସର୍ବମୋଟ ୧୪,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ ଏବଂ ସେମାନେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

ଏଥିମଧ୍ୟରୁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତତ୍ତ୍ଵାବଧାନରେ କରାଯାଇଥିବା ଓଡିଶାର ୯ଟି ଓ ଆନ୍ଧ୍ରପ୍ରଦେଶର ୨କେନ୍ଦ୍ରରେ ଆଜି ସୁଧା ୬୪୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଏହା ବ୍ୟତୀତ ସିୟୁସିଇଟି-୨୦୨୦ ର ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଓଡିଶାର କଟକ, ଭୁବନେଶ୍ଵର, ବ୍ରହ୍ମପୁର, ସମ୍ବଲପୁର, ଓ ଭଦ୍ରକ ସମେତେ ଦେଶରେ ୧୪୧ଟି ସ୍ଥାନରେ ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ପ୍ରବେଶ ପରୀକ୍ଷାର ଫଳା ଫଳ ଯଥା ଶୀଘ୍ର ବିଶ୍ୱବିଦ୍ୟାଳୟ ୱେବସାଇଟରେ ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।

Leave A Reply

Your email address will not be published.