Latest Odisha News

BREAKING NEWS

ଇଫ୍‌ତାର ପାର୍ଟିରେ ଭୋଜନ ଖାଇ ୧୦୦ରୁ ଅଧିକ ଅସୁସ୍ଥ; ଏକାଧିକ ଗୁରୁତର

କୋଲକାତା: ରମଦାନ ପ୍ରାର୍ଥନା ପରେ ମସ୍‌ଜିଦ୍‌ ପରିସରରେ ଇଫ୍‌ତାର ପାର୍ଟିରେ ଭୋଜନ କରି ଅସୁସ୍ଥ ହେଲେ ଶତାଧିକ ମୁସଲମାନ ଶ୍ରଦ୍ଧାଳୁ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅସୁସ୍ଥଙ୍କ ମଧ୍ୟରେ କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସେମାନଙ୍କୁ କୋଲକାତାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କୁଲତାଲୀ ପୁଲିସ ଷ୍ଟେସନ୍ ଅଧୀନ ପକ୍ଷୀରାଳୟ ଗାଁରେ ଶୁକ୍ରବାର ପ୍ରାର୍ଥନା ପରେ ମୁସଲମାନ ଶ୍ରଦ୍ଧାଳୁ ଇଫ୍‌ତାର ପାର୍ଟି କରିଥିଲେ। ପାର୍ଟିରେ ପରସା ଯାଇଥିବା ଭୋଜନ ଖାଇବା ପରେ ସେମାନେ ଅସୁସ୍ଥ ହୋଇ ପଡିଥିଲେ। ବାନ୍ତି କରିବା ସହ ସେମାନଙ୍କର ମୁଣ୍ଡ ବୁଲାଇଥିଲା।

ଖାଦ୍ୟରେ ବିଷକ୍ରିୟା(ଫୁଡ୍‌ ପୟଜନିଂ) ଯୋଗୁ ଏଭଳି ସ୍ଥିତି ହୋଇଛି ବୋଲି ଅସୁସ୍ଥଙ୍କୁ ଚିକିତ୍ସା କରୁଥିବା ଡାକ୍ତର ହୋରିଶଧନ ମଣ୍ଡଳ କହିଛନ୍ତି। ତେବେ ଏହି ଘଟଣାରେ ନରେନ୍ଦ୍ରରପୁର ପୁଲିସ ଥାନାରେ ଏକ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.