Latest Odisha News

BREAKING NEWS

ନବରଙ୍ଗପୁର ଜିଲ୍ଲାରେ ବାଇପାସ୍ ରୋଡ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବାଇପାସ ରୋଡ୍‌ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁରୀକୁ ଅନୁମୋଦନ ଦେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏଥିପାଇଁ ଜମି ଅଧିଗ୍ରହଣ ମଧ୍ୟ ସରିଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଓଡ଼ିଶାରେ ଏନ୍‌ଏଚ୍‌-୨୬ରେ ନବରଙ୍ଗପୁର ଜିଲ୍ଲାରେ ବାଇପାସ୍‌ ରୋଡ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସହିତ ୧୬୯.୨୭ କୋଟି ଟଙ୍କା ଅନୁମୋଦନ କରାଗଲା। ଏହି ପ୍ରକଳ୍ପ ୯.୧୨୪ କିମି ରାସ୍ତା ଅତିକ୍ରମ କରିବ। ଏହାକୁ ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକ୍ସନ(ଇପିସି) ମୋଡ୍‌ରେ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଟ୍ୱିଟ୍ କରି କହିଛନ୍ତି।

ସୂଚନା ଥାଉକି ଗତକାଲି କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖି ଜଣାଇଥିଲେ।

୨୦୧୭ରୁ ଜତୀୟ ରାଜପଥ ପ୍ରାଧିକରଣ ରାସ୍ତା କାମ କରୁଥିବା ବେଳେ ୫ ବର୍ଷରୁ ଅଧିକ ସମୟ ହେଲା କାମ ସରିପାରୁନି। ୪ ଲେନ୍ ବିଶିଷ୍ଟ ୫୫ ନମ୍ବର ଜାତୀୟ ରାଜପଥ କାମ ଶେଷ ହେଉ ନଥିବାରୁ ସଡକ ଦୁର୍ଘଟଣା ଘଟୁଛି। ତେଣୁ ଶୀଘ୍ର ରାସ୍ତା କାମ ସାରିବାକୁ ଚିଠି ଲେଖି ଦାବି ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.